ରାଉରକେଲା: ନିର୍ଦ୍ଧାରିତ ସମୟ ଠାରୁ ଢ଼େର ବିଳମ୍ବରେ ହେଉପଛେ ଶେଷ ହୋଇଛି ଦ୍ବିତୀୟ ବ୍ରାହ୍ମଣୀ ସେତୁ। ହକି ପାଇଁ କେବଳ ଦ୍ବିତୀୟ ସେତୁ ନୁହେଁ ଟ୍ରାଫିକ୍ ସମସ୍ୟା ଏଡାଇବାକୁ ବନ୍ଦ ରହିଥିବା ପ୍ରଥମ ବ୍ରାହ୍ମଣୀ ସେତୁକୁ ମଧ୍ୟ ଖୋଲି ଦିଆଯାଇଛି। ମାତ୍ର ତିନି ବର୍ଷ ଧରି ଚାଲିଥିବା ପାନପୋଷ-ବୀରମିତ୍ରପୁର (ପ୍ରାୟ ୩୫ କି.ମି.) , ପାନପୋଷ-ବାରକୋଟ ( ୧୦୦ କି.ମି.) ୧୪୩ ନଂ ଜାତୀୟ ରାଜପଥ ନିର୍ମାଣ କାମ ସରୁନି। କେବେ ସରିବ ବିଭାଗୀୟ ଅଧିକାରୀଙ୍କ ପାଖରେ ଉତ୍ତର ନାହିଁ। ଜଣେ ପରେ ଜଣେ ଏନ୍ଏଚ୍ଏଆଇ ପ୍ରକଳ୍ପ ନିର୍ଦ୍ଦେଶକ ବଦଳୁଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସମ୍ପ୍ରସାରଣ କାମକୁ ନେଇ ନାନା ପ୍ରକାର ସଫେଇ ଦେଉଛନ୍ତି। ସମ୍ପ୍ରସାରଣ କାର୍ଯ୍ୟ କ୍ଷେତ୍ରରେ କିନ୍ତୁ ଏହା ପ୍ରତିଫଳିତ ହେଉନି। କେଉଁଠି ଠିକା ସଂସ୍ଥା ଅଧାରୁ କାମ ଛାଡି ଛୁ ମାରିଲାଣି ତ ଅନ୍ୟ କେଉଁଠି କଚ୍ଛପ ଗତିରେ ଚାଲିଛି। ଗତ ପ୍ରାୟ ୮ ମାସ ତଳେ ତତ୍କାଳୀନ ଏନ୍ଏଚ୍ଏଆଇ ପ୍ରକଳ୍ପ ନିର୍ଦ୍ଦେଶକ ଡିସେମ୍ବର ସୁଦ୍ଧା ଜାତୀୟ ରାଜପଥ ସମ୍ପ୍ରସାରଣ କାମ ସରିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଥିଲେ। ତାଙ୍କ ବଦଳି ପରେ ନୂଆ ଏନ୍ଏଚ୍ଏଆଇ ପ୍ରକଳ୍ପ ନିର୍ଦ୍ଦେଶକ ଯୋଗଦେଇଛନ୍ତି। ତଥାପି ସମ୍ପ୍ରସାରଣ ସରିବା ନାଁ ନେଉନି। କେବଳ ହକି ଟୁର୍ନାମେଣ୍ଟ ପାଇଁ ସହରର ମୁଖ୍ୟଶାଳା ପାନପୋଷ ଗାନ୍ଧି ଛକରୁ ଦ୍ବିତୀୟ ବ୍ରାହ୍ମଣୀ ବ୍ରିଜ ପ୍ରବେଶ ପଥ ପର୍ଯ୍ୟନ୍ତ ସମ୍ପ୍ରସାରଣ କାର୍ଯ୍ୟ ଜୋରସୋରରେ ଚାଲିଛି। ବଣାଇରୁ ବାରକୋଟ୍ , ବୀରମିତ୍ରପୁରରୁ କୁଆରମୁଣ୍ଡା ମଧ୍ୟରେ ଅଧିକାଂଶ ସ୍ଥାନରେ ସମ୍ପ୍ରସାରଣ କାର୍ଯ୍ୟ ଅଧପନ୍ତରିଆ ହୋଇପଡିଛି। ତିନିଟି ଠିକା ସଂସ୍ଥା ଜିକେସି, ଆର୍କେଡି, ଗାୟତ୍ରୀ କନ୍ଷ୍ଟ୍ରକ୍ସନ ସମ୍ପ୍ରସାରଣ କାମ ଦିଆଯାଇଥିଲା। ଏମାନଙ୍କ ମଧ୍ୟରୁ ଗାୟତ୍ରୀ କନ୍ଷ୍ଟ୍ରକ୍ସନ ବଣାଇ-ବାରକୋଟ ମଧ୍ୟରେ ନେଇ ସମ୍ପ୍ରସାରଣ କାମ ଛାଡି ଛୁ ମାରିଛି।
ସେମିତି ପାନପୋଷ-ବୀରମିତ୍ରପୁର ମଧ୍ୟରେ ୨୫%ରୁ ଅଧିକ କାମ କରିବାକୁ ରହିଛି। ସେପଟେ କାମର ଗୁଣବତ୍ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଧାୟକ, ସ୍ଥାନୀୟ ବାସିନ୍ଦା। ମରାମତି ନ ସରୁଣୁ ଅଧିକାଂଶ ସ୍ଥାନରେ ରାସ୍ତାରେ ପୁଣି ଫାଟ ସୃଷ୍ଟି ହେଲାଣି ତ ପୁଣି କେଉଁଠି ଗର୍ତ୍ତ। ଜିଲ୍ଲାବାସୀଙ୍କ ଜୀବନ ରେଖା ଏହି ଜାତୀୟ ରାଜପଥ ନିର୍ଭରଶୀଳ ହଜାର ହଜାର ଲୋକ ଦୈନନ୍ଦିନ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଦୁର୍ଘଟଣା ବଢ଼ୁଛି। ଅନେକଙ୍କ ଜୀବନ ଯାଉଛି। ଗୁରୁତର ରୋଗୀଟିଏ ରାସ୍ତାରେ ଯିବାକୁ ଚାହୁଁ ନାହାନ୍ତି। ସେପଟେ ଏନ୍ଏଚ୍ଏଆଇ ତିଟି ଠିକା ସଂସ୍ଥାକୁ ମରାମତି ଓ ସମ୍ପ୍ରସାରଣ କାମ ଦେଇ ନିଜର ଯେମିତି କାମ ସାରି ଦେଇଛି। ରାଜପଥ ଦୁର୍ଦ୍ଦଶା ପାଇଁ ସାଂସଦ, ବିଧାୟକ ପକ୍ଷରୁ ସେତିକି ତତ୍ପରତା ପ୍ରକାଶ ନ ପାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ତେବେ ଜାତୀୟ ରାଜପଥ ଯନ୍ତ୍ରଣାରୁ ଜିଲ୍ଲାବାସୀ କେବେ ମୁକ୍ତି ପାଇବେି ତା’ ଉପରେ ସମସ୍ତଙ୍କ ନଜର ରହିଛି।
ଉଲ୍ଲେଖଯୋଗ୍ୟ ଗତ ୨୦୧୫ ଏପ୍ରିଲ ୧ରେ ସେକ୍ଟର-୧୩ ଏୟାର ପୋର୍ଟ ପଡିଆରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଯୋଗଦେଇଥିଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜିଲ୍ଲାବାସୀଙ୍କୁ ସମ୍ବୋଧନ କରିବା ଅବସରରେ ଦ୍ବିତୀୟ ବ୍ରାହ୍ମଣୀ ପୋଲ ସହ ଜାତୀୟ ରାଜପଥ ନିର୍ମାଣ କରିବାକୁ ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଘୋଷଣାକୁ ଜିଲ୍ଳାବାସୀ କରତାଳି ଦେଇ ସ୍ବାଗତ କରିଥିଲେ। କିନ୍ତୁ ଘୋଷଣାକୁ କାର୍ଯ୍ୟକାରୀ ହେବାକୁ ଲାଗିଲା ଦୁଇ ବର୍ଷ। ଗତ ୨୦୧୭ ଜୁଲାଇ ୨୧ରେ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ବାଲୁଘାଟସ୍ଥିତ ପଡିଆରେ ଆୟୋଜିତ ଶିଳାନ୍ୟାସ ସଭାରେ ଉପସ୍ଥିତ ଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସୁନ୍ଦରଗଡ ସାଂସଦ ଜୁଏଲ ଓରାମ, ରାଉରକେଲାର ପୂର୍ବତନ ବିଧାୟକ ଦିଲୀପ ରାୟ। ୧୫ ଦିନ ମଧ୍ୟରେ କାମ ଆରମ୍ଭ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡକରୀ ଘୋଷଣା କରିଥିଲେ। ନିର୍ମାଣ କାମ ହାଇଦ୍ରାବାଦର ନିର୍ମାଣକାରୀ ସଂସ୍ଥା ଜିକେସିକୁ ଦିଆଯାଇଥିଲା। ବୀରମିତ୍ରପୁର ପଟୁ କାମ ଆରମ୍ଭ କରାଯିବ ବୋଲି କୁହାଯାଇଥିଲ। ବିଡମ୍ବନା, ୧୫ ଦିନ ମଧ୍ୟରେ ମାଟି ମୁଠାଏ ପଡି ନଥିଲା। ଗତ ୨୦୧୮ ଡିସେମ୍ବରରେ ବିଧିବଦ୍ଧ ଭାବେ ରାସ୍ତା ସମ୍ପ୍ରସାରଣ ଓ ମରାମତି କାମ ଆରମ୍ଭ ହୋଇଥିଲା। ରମିତ୍ରପୁରରୁ ପାନପୋଷ ୨୯ କି.ମି. ସହ ଦ୍ବିତୀୟ ବ୍ରାହ୍ମଣୀ ପୋଲ ବାବଦରେ ପ୍ରାୟ ୩୮୨ କୋଟି ଟଙ୍କା, ପାନପୋଷ ଛକରୁ ରାଜାମୁଣ୍ଡା ୪୫ କି.ମି. ଏବଂ ରାଜାମୁଣ୍ଡାରୁ ବାରକୋଟ୍ ୫୦ କି.ମି. ରାସ୍ତା ବାବଦରେ ମୋଟ ୪୬୨ କୋଟି, ରାଜାମୁଣ୍ଡାରୁ କୋଇଡା ପ୍ରାୟ ୪୮ କି.ମି. ରାସ୍ତା ମରାମତିରେ ୩୦୦ କୋଟି ଏମିତି ମୋଟ ୧୧୨୪ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯିବ। ବୀରମିତ୍ରପୁରରୁ ପାନପୋଷ ଏବଂ ପାନପୋଷରୁ ରାଜାମୁଣ୍ଡା ପର୍ଯ୍ୟନ୍ତ ଗୋଟିଏ ସଂସ୍ଥାକୁ ସମ୍ପ୍ରସାରଣ ଓ ମରାମତି କାମ ଦିଆଯା