କଚ୍ଛ, ଖଜୁରାହୋରେ ଅନ୍ତର୍ଜାତୀୟ ପ୍ରତିନିଧିଙ୍କ ସହ ପ୍ରଥମ ଜି-୨୦ ବୈଠକ
ନୂଆଦିଲ୍ଲୀ : ଆସନ୍ତା ବର୍ଷ ଫେବ୍ରୁଆରିରେ ଭାରତ ଅନ୍ତର୍ଜାତୀୟ ପ୍ରତିନିଧିଙ୍କ ସହ ପ୍ରଥମ ଜି-୨୦ ବୈଠକ କରିବ। ବୈଠକ ଗୁଜରାଟର କଚ୍ଛ ଏବଂ ମଧ୍ୟପ୍ରଦେଶର ଖଜୁରାହୋରେ ହେବ ବୋଲି ସ୍ଥିର ହୋଇଛି। ଫେବ୍ରୁଆରି ୮-୧୦ ମଧ୍ୟରେ କଚ୍ଛରେ ପ୍ରଥମ ଟୁରିଜମ ୱାର୍କିଂ ଗ୍ରୁପ୍ ବୈଠକ ହେବ। ଅନ୍ୟପକ୍ଷେ ଫେବ୍ରୁଆରି ୨୩-୨୫ ମଧ୍ୟରେ ମଧ୍ୟପ୍ରଦେଶର ଖଜୁରାହୋରେ ପ୍ରଥମ କଲ୍ଚର ୱାର୍କିଂ ଗ୍ରୁପ୍ ବୈଠକ ହେବ।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ଆଗାମୀ ଡିସେମ୍ବର ୪-୭ ମଧ୍ୟରେ ଭାରତ ଅଧ୍ୟକ୍ଷତାରେ ପ୍ରଥମ ଜି-୨୦ ସମନ୍ବୟ ବୈଠକ ହେବ। ସେହିପରି ମୁମ୍ବାଇ, ବେଙ୍ଗାଲୁରୁ, କୋଲକାତା, ତିରୁଅନନ୍ତପୁରମ, ଚଣ୍ଡିଗଡ଼, ଯୋଧପୁର, ଚେନ୍ନାଇ, ବେଙ୍ଗାଲୁରୁ, ଯୋଧପୁର, ଇନ୍ଦୋର ଏବଂ ଲକ୍ଷ୍ନୌରେ ଅନ୍ୟ ବୈଠକ ହେବାପାଇଁ ସ୍ଥିର ହୋଇଛି। ଭର୍ଚୁଆଲ ଭାବେ ୨ଟି ବୈଠକ ହେବ। ଜି-୨୦ କାର୍ଯ୍ୟକ୍ରମ ପାଇଁ ୭ଟି ଟାସ୍କ ଫୋର୍ସ ଗଠନ ହୋଇଛି। ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଗୁରୁବାର ଦିନ ଜି-୨୦ (ୟୁନିଭର୍ସିଟି କନେକ୍ଟ ଇଭେଣ୍ଟ୍)ରେ କହିଛନ୍ତି, ଭାରତ ଅଧ୍ୟକ୍ଷତାରେ ପ୍ରାୟ ୨୦୦ ବୈଠକ ହେବ।