ପୁରୀ: କଣ୍ଟ୍ରୋଲ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଘରଠାରୁ ୩୦ମିଟର ଦୂରରେ ଘଟିଛି ଘଟଣା
ପୁରୀ: ପୁରୀ ପୁୁରୁଣା ସଦରଥାନା ନିକଟସ୍ଥ ଏକ କଣ୍ଟ୍ରୋଲ ଗୋଦାମରେ ସୋମବାର ଅପରାହ୍ନରେ ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଘରଠାରୁ ମାତ୍ର ୩୦ମିଟର ଦୂରରେ ଥିବା ଏକ କଣ୍ଟ୍ରୋଲ ଗୋଦାମରେ ହଠାତ୍ ନିଅାଁ ଲାଗିଯାଇଥିଲା। ଏହି ନିଆଁରେ ଗୋଦାମର ଉପର ମହଲାରେ ଥିବା ମୂଲ୍ୟବାନ ଆସବାବପତ୍ର ଜଳି ନଷ୍ଟ ହୋଇଯାଇଛି। ଏହି ଗୋଦାମଟି କଣ୍ଟ୍ରୋଲ ଡିଲର ଚନ୍ଦ୍ରଶେଖର ତ୍ରିପାଠୀଙ୍କ ଥିଲା ବୋଲି ଜଣାପଡ଼ିଛି। ତେବେ ତଳ ମହଲାରେ କିରୋସିନ ଥିବା ହେତୁ ଏହି ନିଆଁ ବ୍ୟାପି ଯାଇଥିଲା ବୋଲି ଶୁଣିବାକୁ ମିଳୁଛି। ଘଟଣା ସମ୍ପର୍କରେ ଖବର ପାଇ ନିଆଁ ଲିଭାଇବା ପାଇଁ ତିନିଟି ଦମକଳ ବାହିନୀ ଆସି ପହଞ୍ଚିଥିଲେ।