ଯାନବାହାନ ଯାଂଚ: ୨୯ଲାଇସେନସ୍ ବାତିଲ ସହ ୧.୪୩ ଲକ୍ଷ ୫୦୦ ଜରିମାନା

ଜୟପୁର: ଜୟପୁର ସଦର ଥାନା ପକ୍ଷରୁ ଆଜି ଆମ୍ବାଗୁଡା ଠାରେ ଶୁନ୍ୟସହିଷ୍ଣୁତା ମୋଟରଯାନ ଆଇନରେ ସକାଳ ୯ଟାରୁ ୧୨ଟା ପର୍ଯ୍ୟନ୍ତ ଯାଂଚ କରାଯାଇଥିଲା।  ଦୁଇ  ଓ ଚାରିଚକିଆ ଯାନବାହନର କାଗଜପତ୍ର, ହେଲମେଟ୍ ଓ ସିଟ୍ ବେଲଟ୍ ଆଦି ଯାଂଚ କରାଯାଇଥିଲା। ଏଥିରେ ୮୨ଜଣଙ୍କ ଠାରୁ ୧ଲକ୍ଷ ୪୩ହଜାର ୫୦୦ଟଙ୍କାର ଜରିମାନା ଆଦାୟ କରାଯାଇଥିଲା।

ଏହା ସହ ହେଲମେଟ୍ ପିନ୍ଧିନଥିବା ଏବଂ ସିଟ୍ ବେଲଟ୍ ବାନ୍ଧିନଥିବା ୨୯ଜଣଙ୍କର ଡ୍ରାଇଭିଂ ଲାଇସେନସ୍ (ଚାଳକ ଲାଇସେନସ୍ ) ବାତିଲ୍ କରାଯାଇଥିବା କହିଛନ୍ତି ଜୟପୁର ସଦରଥାନା ଅଧିକାରୀ ଇଶ୍ବର ତାଣ୍ଡି। ଏହି ଯାଂଚରେ ସଦରଥାନା ଅଧିକାରୀ ଶ୍ରୀ ତାଣ୍ଡି,  ସବଇନିସପେକ୍ଟର ନବୀନ ଟପ୍ପୋ, ଏଏସଆଇ ବାସନ୍ତି ନାୟକ ଓ ଟିମ୍ ଉପସ୍ଥିତ ଥିଲେ।

 

 

ସମ୍ବନ୍ଧିତ ଖବର