ଦୟାନଦୀକୁ ଗାଧୋଇବାକୁ ଯାଇ ନାବାଳକ ନିଖୋଜ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ଉପକଣ୍ଠ ଦୟାନଦୀକୁ ଗାଧୋଇବାକୁ ଯାଇ ଗୁରୁବାର ଜଣେ ନାବାଳକ ନିଖୋଜ ହୋଇଯାଇଛି। ନିଖୋଜ ବାଳକ ଭୁବନେଶ୍ୱର ଇନ୍ଦିରା କଲୋନିର ସୁମିତେନ୍ଦ୍ର ସାହୁ। ସେ ଅପରାହ୍ନ ୪ଟା ସମୟରେ ଦୟାନଦୀକୁ ଗାଧୋଇବା ସହିତ ଆକ୍ବାରିୟମ ପାଇଁ ମାଛ ଧରୁଥିଲେ। ୪ ଜଣ ନାବାଳକ ଆସିଥିବା ବେଳେ ସୁମିତେନ୍ଦ୍ର ଭିତରକୁ ଡେଇଁଥିଲା। ତାପରେ ଆଉ ଫେରିନଥିଲା । ଅଗ୍ନିଶମ ବାହିନୀର ସ୍କୁବା ଡାଇଭର ବର୍ତ୍ତମାନ ଖୋଜାଖୋଜି ଚଳାଇଛନ୍ତି। ଉଦ୍ଧାର ପାଇଁ ଦୀର୍ଘ ସମୟ ଧରି ଅପରେସନ ଜାରିଥିବା ବେଳେ ଅନ୍ଧାର ବାଧକ ସାଜିଛି। ଫଳରେ ଉଦ୍ଧାର କାର୍ଯ୍ୟ ଶୁକ୍ରବାର ପୁଣି ଥରେ କରାଯିବ।

ସମ୍ବନ୍ଧିତ ଖବର