ଫେବ୍ରୁଆରିରେ ପିଏସ୍‌ୟୁରେ ୧୦% ଇଡବ୍ଲୁଏସ୍‌ କୋଟା

ନୂଆଦିଲ୍ଲୀ: କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ସିପିଏସ୍‌ୟୁ)ଗୁଡ଼ିକ ଫେବ୍ରୁଆରିରୁ ଅର୍ଥନୈତିକ ଦୁର୍ବଳ ବର୍ଗ (ଇଡବ୍ଳୁଏସ୍‌) କୋଟା ଲାଗୁ କରିବେ। ସବୁ ପ୍ରକାର ନିୟୋଜନ ପାଇଁ ଏହି କୋଟା ଲାଗୁ କରାଯିବ। ଦେଶରେ ୩୩୯ଟି ସିପିଏସ୍‌ୟୁ ରହିଛି। ସେହି ସବୁ କଂପାନିରେ ୧୦ ଲକ୍ଷ ୮୮ ହଜାର ଲୋକ କାମ କରୁଛନ୍ତି। ଚୁକ୍ତି ଭିତିକ ଓ କାଜୁଆଲ୍ ଶ୍ରମିକଙ୍କୁ ମିଶାଇଲେ ଏହି ସଂଖ୍ୟା ବହୁତ ଅଧିକ ହେବ। ପିଏସ୍‌ୟୁରେ ୧୦% ଇଡବ୍ଳୁଏସ୍‌ କୋଟା ଲାଗୁ କରିବା ସଂକ୍ରାନ୍ତ ବିଜ୍ଞପ୍ତିକୁ ରାଷ୍ଟ୍ରୟତ୍ତ ଉଦ୍ୟୋଗ ସଂସ୍ଥା ବିଭାଗ ତରଫରୁ ଜାରି କରାଯାଇଛି।

ସମ୍ବନ୍ଧିତ ଖବର