ବଜେଟ ୨୦୨୦-୨୧: ଏଲ୍‌ଆଇସି, ଆଇଡିବିଆଇର ଅଂଶଧନ ବିକିବେ

ସରକାରୀ ଜୀବନ ବୀମା କଂପାନି ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ଅଂଶଧନ ବିକ୍ରି କରିବା ବିଷୟରେ‌ ଆଜି ବଜେଟ୍‌ରେ ଘୋଷଣା କରାଯାଇଛି। ଏଥିପାଇଁ ଏଲ୍ଆଇସିର ଇନିସିଆଲ୍ ପବ୍ଲିକ୍ ଅଫର (ଆଇପିଓ) ଅଣାଯିବ। ସରକାରଙ୍କ ପୁଞ୍ଜିପ୍ରତ୍ୟାହାର ଯୋଜନାର ଅଂଶସ୍ବରୂପ ଏଲ୍‌ଆଇସିକୁ ଷ୍ଟକ ବଜାରରେ ପଞ୍ଜୀକୃତ ବା ଲିଷ୍ଟିଂ କରାଯିବ। ତେବେ କେଉଁ ଆଧାରରେ ଏଲ୍‌ଆଇସିର ଅଂଶଧନ ବିକ୍ରି ହେବ ତାହା ବଜେଟ୍‌ ଅଭିଭାଷଣରୁ ସ୍ପଷ୍ଟ ହୋଇନାହିଁ। ବର୍ତ୍ତମାନ ଏଲ୍‌ଆଇସିର ୧୦୦% ଅଂଶଧନ ସରକାରଙ୍କ ପାଖରେ ରହିଛି। ଏହାକୁ ୧୯୫୬ ମସିହାରେ ସ୍ଥାପନ କରାଯାଇଥିଲା। ‌େସହିପରି ଆଇଡିବିଆଇ ବ୍ୟାଙ୍କରେ ସରକାରଙ୍କ ଥିବା ୪୭.୧୧ ପ୍ରତିଶତ ଅଂଶଧନକୁ ବିକ୍ରି କରାଯିବ ବୋଲି ଘୋଷଣା କରାଯାଇଛି। ଏହି ବ୍ୟାଙ୍କରେ ଏଲ୍‌ଆଇସିର ୫୧% ଅଂଶଧନ ରହିଛି। ୨୦୨୦-୨୧ରେ ପୁଞ୍ଜିପ୍ରତ୍ୟାହାର ଜରିଆରେ ସରକାର ଗତବର୍ଷ ତୁଳନାରେ ଅଧିକ ଟଙ୍କା ହାସଲ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏହା ଚଳିତ ଆର୍ଥିକ ବର୍ଷର ୧.୦୫ କୋଟି ଟଙ୍କାର ଲକ୍ଷ୍ୟ ତୁଳନାରେ ବହୁତ ଅଧିକ।

ସମ୍ବନ୍ଧିତ ଖବର