ରେନୋ ଇଣ୍ଡିଆର ନୂଆ ଡଷ୍ଟର୍

ନୂଆଦିଲ୍ଲୀ: ରେନୋ ଇଣ୍ଡିଆ ପକ୍ଷରୁ ନୂଆ ଡଷ୍ଟର ଉନ୍ମୋଚନ କରାଯାଇଛି। ନୂତନ ଡଷ୍ଟରରେ କମ୍ପାନି ୨୫ଟି ନୂଆ ବୈଶିଷ୍ଟ୍ୟ ଏବଂ ପ୍ରଯୁକ୍ତି ସାମିଲ କରିଛି। କମ୍ପାନି ଡଷ୍ଟରର ଉଭୟ ଆଭ୍ୟନ୍ତରୀଣ ଏବଂ ବାହ୍ୟପାର୍ଶ୍ବକୁ ଆକର୍ଷଣୀୟ କରିଛି। ନୂଆ ଡଷ୍ଟର ଗ୍ରାହକଙ୍କ ଆଶାକୁ ପୂରଣ କରିବାରେ ସମର୍ଥ ହେବ ବୋଲି ରେନୋ ଇଣ୍ଡିଆ ଅପରେସନ୍ସ କଣ୍ଟ୍ରି ସିଇଓ ଓ ପରିଚାଳନା ନିର୍ଦ୍ଦେଶକ ଭେଙ୍କଟରାମ ମାମିଲା‌ପାଲେ କହିଛନ୍ତି। ନୂଆ ଡଷ୍ଟରର ଗ୍ରାଉଣ୍ଡ କ୍ଲିୟରାନ୍ସ ୨୦୫ ମିମି ରହିଥିବାବେଳେ ଏଡବ୍ଲୁଡି ଭର୍ସନର ଗ୍ରାଉଣ୍ଡ କ୍ଲିୟରାନ୍ସ ୨୧୦ ମିମି ରହିଛି। ନୂଆ ରେନୋ ଡଷ୍ଟରର ମୂଲ୍ୟ ୭,୯୯,୯୯୦ ଟଙ୍କାରୁ ଆରମ୍ଭ ହୋଇଛି। ପେଟ୍ରୋଲ ସଭିଟିର ମୂଲ୍ୟ ୯,୯୯,୯୯୦ ଟଙ୍କା ଏବଂ ଡିଜେଲ ଏଡବ୍ଲୁଡିର ମୂଲ୍ୟ ୧୨,୪୯,୯୯୦ ଟଙ୍କା ରହିଛି। ନୂଆ ଏସୟୁଭିରେ ୧୭.୬୪ ସେମିର ଟଚ ସ୍କ୍ରିନ ମିଡିଆ ନାଭ୍ ଏଭୋଲ୍ୟୁସନ ରହିଛି ଯେଉଁଥିରେ ଆପଲ୍ କାର୍ ପ୍ଲେ, ଆଣ୍ଡ୍ରଏଡ ଅଟୋ, ଭଏସ ରିକଗନିସନ ଏବଂ ଇକୋ ଗାଇଡ ଭଳି ସୁବିଧା ରହିଛି। କାସ୍ପିଆନ୍ ବ୍ଲୁ ଏବଂ ମାହୋଗାନି ବ୍ରାଉନ୍ ଭଳି ଦୁଇଟି ବାହ୍ୟ ବଡି କଲର ବିକଳ୍ପରେ ଏହି ଏସୟୁଭି ଉପଲବ୍ଧ ହେଉଛି।

ସମ୍ବନ୍ଧିତ ଖବର