ଫେସ୍‌ବୁକ୍, ଗୁଗ୍‌ଲକୁ ୨୧୦ ନିୟୁତ ୟୁରୋ ଜରିମାନା

ପ୍ୟାରିସ: ବ୍ୟବହାରକାରୀଙ୍କୁ ଅନ୍‌ଲାଇନ୍ ଟ୍ରାକ୍ କରିବା ପାଇଁ ‘କୁଜିଜ୍’ ବ୍ୟବହାରକୁ ନେଇ ଫ୍ରାନ୍ସର ନିୟାମକ ସଂସ୍ଥା ନ୍ୟାସନାଲ କମିସନ ଫର ଇନ୍‌ଫର୍ମେସନ ଟେକ୍ନୋଲୋଜି ଆଣ୍ଡ୍ ଫ୍ରିଡମ୍ (ସିଏନ୍‌ଆଇଏଲ୍‌) ପକ୍ଷରୁ ଗୁଗ୍‌ଲ ଓ ଫେସ୍‌ବୁକ୍‌ ଉପରେ ୨୧୦ ନିୟୁତ ୟୁରୋ ଜରିମାନା ଲାଗୁ କରାଯାଇଛି। ଅନଧିକୃତ କୁକିଜ୍ ସମ୍ପର୍କିତ ମାମଲାରେ ୨୦୨୦ ଡିସେମ୍ବରରେ ଗୁଗ୍‌ଲକୁ ୧୦୦ ନିୟୁତ ୟୁରୋ ଜରିମାନା କରାଯାଇଥିଲା। ଗୁଗ୍‌ଲ, ଫେସ୍‌ବୁକ୍ ବା ୟୁଟ୍ୟୁବ୍ ଆଦିକୁ କୁକିଜ୍‌ର ବ୍ୟବହାର ପାଇଁ ଅନୁମତି ଦେବା ନ ଦେବା ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ଇଚ୍ଛାଧୀନ ରହିବା ଉଚିତ। କିନ୍ତୁ ଏହି କମ୍ପାନିଗୁଡ଼ିକ କୁକିଜ୍‌ର ବ୍ୟବହାରକୁ ଅଗ୍ରାହ୍ୟ କରିବା ପାଇଁ ବିକଳ୍ପ ରଖି ନ ଥିବା ନିୟାମକ ସଂସ୍ଥା ପାଖରେ ଅଭିଯୋଗ ହୋଇଥିଲା।

ସମ୍ବନ୍ଧିତ ଖବର