ଆଉ ଏକ ସେବାରେ ଆଧାର ସଂଯୋଗ ହେଲା ବାଧ୍ୟତାମୂଳକ

ନୂଆଦିଲ୍ଲୀ: ସରକାର ବିଭିନ୍ନ ଜନହିତକର ଯୋଜନା ଏବଂ ସେବାଗୁଡ଼ିକ ପାଇଁ ଆଧାର କାର୍ଡକୁ ବାଧ୍ୟତାମୂଳକ କରି ଦେଇଛନ୍ତି। ତେବେ ସେ ରାସନ କାର୍ଡ ହେଉ କିମ୍ବା ଆପଣ ବ୍ୟବହାର କରୁଥିବା ମୋବାଇଲ ସିମରେ ଆଧାର ସଂଯୋଗ ନକଲେ ତାହା ଅଚଳ ହୋଇଯିବ । ଏଣିକି ଆପଣ କୌଣସି ବି ବ୍ୟକ୍ତିଗତ କିମ୍ବା ସରକାରୀ କମ୍ପାନିରୁ ବୀମା କରିଛନ୍ତି, ତେବେ ଆପଣଙ୍କୁ ଆଧାର ସହ ଲିଙ୍କ କରିବାକୁ ହେବ ବୋଲି ସରକାର ଘୋଷଣା କରିଛନ୍ତି, ନଚେତ ଆପଣଙ୍କ ବୀମା ନିଷ୍କ୍ରିୟ ହୋଇଯିବ।

ନିକଟରେ ବୀମା ନିୟାମକ ଏବଂ ବିକାଶ ପ୍ରାଧିକରଣର ନିଦ୍ଦେଶକ୍ରମେ, ଆଧାରକୁ ବୀମା ପଲିସି ସହିତ ଯୋଡିବା ବାଧ୍ୟତାମୂଳକ ଅଟେ । ନିୟାମକ ବୀମା କଂପାନିଗୁଡିକୁ ଏହି ନିୟମକୁ ପାଳନ କରିବାକୁ କହିଛି ।

ବୀମା ନିୟାମକ ସମସ୍ତ ଜୀବନ ବୀମା ଏବଂ ସାଧାରଣ ବୀମା କଂପାନିଗୁଡିକୁ ପଠାଇଥିବା ନିର୍ଦ୍ଦେଶନାମାରେ ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ କୁହାଯାଇଛି। ତେବେ ଏହି ସର୍କୁଲାର ପରେ ମୋଟର ବୀମା ଧାରକଙ୍କୁ ନିଜର ବାହନ ବୀମା ପଲିସିକୁ ଆଧାର ସହିତ ଯୋଡିବାକୁ ପଡିବ ।

ଆଇଆପଡିଏଆଇ ସମସ୍ତ ବୀମାଧାରକଙ୍କୁ ସେମାନଙ୍କର ଜୀବନ ବୀମା ପଲିସିକୁ ଆଧାର ସହ ଲିଙ୍କ କରିବାକୁ କହିଛି, ଯାହାକି ବାଧ୍ୟତାମୂଳକ ଅଟେ । ଅର୍ଥାତ ପଲିସି ତେଣିକି ଆଇଫ ଇନସୁରାନ୍‌ସ ହେଉ କିମ୍ବା ଅନ୍ୟ କିଛି, ଆପଣ ତାକୁ ଆଧାର ସହ ଲିଙ୍କ କରିବାକୁ ହେବ।

ଆଇଆରଡିଏଆଇ ନୂଆ ନିର୍ଦ୍ଦେଶନାମାରେ କହିଛି କି, ଧନ-ସଂଶୋଧନ ନିୟମ ୨୦୧୭ ଅନ୍ତର୍ଗତ ସମସ୍ତ ଜୀବନ ବୀମା ଏବଂ ସ୍ୱାସ୍ଥ୍ୟ ବୀମାଧାରକଙ୍କୁ ସେମାନଙ୍କ ବୀମା ପଲିସିକୁ ଆଧାର ସହ ଲିଙ୍କ କରିବା ବାଧ୍ୟତାମୂଳକ ଅଟେ।

ସମ୍ବନ୍ଧିତ ଖବର