ଆକାଶ ବାଇଜୁସ୍‌ ଦେବ ମାଗଣା କୋଚିଂ, ଶିକ୍ଷା ବୃତ୍ତି

ଭୁବନେଶ୍ବର: ଆଜାଦୀ କା ଅମୃତ ମହୋତ୍ସବ ପାଳନ କରିବା ଲାଗି ଆକାଶ ବାଇଜୁସ୍‌ ଜାତୀୟ ସ୍ତରର ପ୍ରକଳ୍ପ ‘ସମସ୍ତଙ୍କ ପାଇଁ ଶିକ୍ଷା’ ଘୋଷଣା କରାଯାଇଛି। ଏଥିରେ ବଞ୍ଚିତ ବର୍ଗର ସପ୍ତମରୁ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀ ବିଶେଷ କରି ଛାତ୍ରୀମାନଙ୍କୁ ମାଗଣା ନିଟ୍ ଓ ଜେଇଇ କୋଚିଂ ଓ ଶିକ୍ଷା ବୃତ୍ତି ପ୍ରଦାନ କରାଯିବ। ଏହି ପ୍ରକଳ୍ପ ଦ୍ବାରା ପ୍ରାୟ ୨୦୦୦ ଛାତ୍ରଛାତ୍ରୀ ଉପକୃତ ‌ହେବେ। ଆଜି ଦେଶର ୪୫ଟି ସ୍ଥାନରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଭୁବନେଶ୍ବରରେ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି କାର୍ଯ୍ୟକ୍ରମକୁ ଉନ୍ମୋଚନ କରିଛନ୍ତି। ଜାତୀୟ ସ୍ତରରେ ଆକାଶ ବାଇଜୁସ୍‌ର ଅଧ୍ୟକ୍ଷ ଜେ ସି ଚୌଧୁରୀ, ପରିଚାଳନା ନିର୍ଦେଶକ ଆକାଶ ଚୌଧୁରୀ ଓ ସିଇଓ ଅଭିଶେକ ମାହେଶ୍ବରୀ ଏହି କାର୍ଯ୍ୟକ୍ରମକୁ ଘୋଷଣା କରିଛନ୍ତି।

ଛାତ୍ରଛାତ୍ରୀମାନଙ୍କୁ ଆକାଶ ବାଇଜୁ୍‌ସର ପ୍ରତିଭା ‌ଅନ୍ବେଷଣ ପରୀକ୍ଷା ୨୦୨୨ (ଆନ୍ଥେ ୨୦୨୨) ଦେବାକୁ ପଡ଼ିବ। ଏହି ପରୀକ୍ଷା ଚଳିତ ବର୍ଷ ନଭେମ୍ବର ୫ରୁ ୧୩ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ଉଭୟ ଅନ୍‌ଲାଇନ୍ ଓ ଅଫ୍‌ଲାଇନ୍‌ରେ ପରୀକ୍ଷା କରାଯିବ। ଆନ୍ଥେ ଶିକ୍ଷା ବୃତ୍ତି ବାଦ ସମସ୍ତଙ୍କ ପାଇଁ ଶିକ୍ଷା ଅଭିଯାନରେ ଶିକ୍ଷା ବୃତ୍ତି ଦିଆଯିବ। କିଛି ଛାତ୍ରଛାତ୍ରୀଙ୍କୁ ୧୦୦% ଶିକ୍ଷା ବୃତ୍ତି ଓ ନଗଦ ରାଶି ପୁରସ୍କାର ମଧ୍ୟ ଦିଆଯିବ। ଏହା ବ୍ୟତୀତ ପାଞ୍ଚ ଜଣ ବିଦ୍ୟାର୍ଥୀ ନିଜ ଅଭିଭାବକଙ୍କ ସହ ନାସା ଭ୍ରମଣ କରିବାର ସୁଯୋଗ ପାଇବେ। ଶ୍ରେଷ୍ଠ ୨୦୦୦ ସ୍ଥାନରେ ଥିବା ବିଦ୍ୟାର୍ଥୀମାନଙ୍କୁ ମାଗଣା କୋଚିଂ ପ୍ରଦାନ କରାଯିବ। ଏହି ଅବସରରେ ଆକାଶ ବାଇଜୁସ୍‌ର ଆଞ୍ଚଳିକ ନିର୍ଦେଶକ (ପୂର୍ବାଞ୍ଚଳ) ଅଜୟ ବାହାଦୂର ସିଂହ, ଆର୍‌ଏସ୍‌ଜିଏଚ୍‌ (ଓଡ଼ିଶା) ବିକାଶ ଦାସ ଓ ଏକାଡେମିକ୍ ଡାଇରେକ୍ଟର (ଓଡ଼ିଶା) ସୂର୍ଯ୍ୟ ଭାନୁ ସିଂହ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର