ଅଭିବୃଦ୍ଧି ୭.୨% ହେବ: ସିଏସ୍‌ଓ

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ହାର ୭.୨% ରହିବ ବୋଲି କେନ୍ଦ୍ରୀୟ ପରିସଂଖ୍ୟାନ ସଂଗଠନ (ସିଏସ୍‌ଓ) ଆକଳନ କରିଛି। କୃଷି ଓ ମାନୁଫାକ୍‌ଚରିଂ କ୍ଷେତ୍ରରେ ପ୍ରଦର୍ଶନରେ ଉନ୍ନତି ଯୋଗୁ ଦେଶର ଅଭିବୃଦ୍ଧି ବଢ଼ିବ ବୋଲି କୁହାଯାଉଛି। ୨୦୧୭-୧୮ରେ ଦେଶର ଅଭିବୃଦ୍ଧି ହାର ୬.୭%, ୨୦୧୬-୧୭ରେ ୭.୧% ଓ ୨୦୧୫-୧୬ରେ ୮.୨% ଥିଲା। ଯଦି ଚଳିତ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ସରକାରଙ୍କ ଆକଳନ ଅନୁଯାୟୀ ୭.୨% ରହିବ ତେବେ ଭାରତ ବିଶ୍ବର ଦ୍ରୁତ ଅଭିବୃଦ୍ଧିଶୀଳ ଦେଶର ମାନ୍ୟତା ବଜାୟ ରଖିପାରିବ। ଏହି ସମୟରେ କୃଷି, ଜଙ୍ଗଲ ଓ ମତ୍ସ୍ୟଚାଷ କ୍ଷେତ୍ରର ଅଭିବୃଦ୍ଧି ହାର ୩.୮%କୁ ବୃଦ୍ଧି ପାଇବ ଯାହା ପୂର୍ବବର୍ଷ ୩.୪% ଥିଲା। ସେହିପରି ମାନୁଫାକ୍‌ଚରିଂ କ୍ଷେତ୍ରର ଅଭିବୃଦ୍ଧି ହାର ୫.୭%ରୁ ବୃଦ୍ଧି ପାଇ ୮.୩% ହେବ।

ସମ୍ବନ୍ଧିତ ଖବର