ବ୍ରାଣ୍ଡ୍‌ସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍‌ ୨୦୧୯

ସେମାନଙ୍କ ମୁହଁରୁ…
‘ସମ୍ବାଦ’ ପକ୍ଷରୁ ବ୍ରାଣ୍ଡ୍‌ସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ: ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍‌ ୨୦୧୯ ଆସନ୍ତା ୧୯ ତାରିଖରେ ହୋଟେଲ ମେ’ ଫେୟାର ପରିସରରେ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ପ୍ରଦାନ କରାଯିବ। ‘ସମ୍ବାଦ’ର ଏହି ପ୍ରୟାସ ସମ୍ପର୍କରେ ରାଜ୍ୟର ବିଭିନ୍ନ ଶିଳ୍ପସଂଘ, ଉଦ୍ୟୋଗୀ, ବିଶେଷଜ୍ଞ ଓ ଖ୍ୟାତନାମା ବ୍ୟକ୍ତିଙ୍କ ମତାମତ କ’ଣ ରହିଛି ସେ ସମ୍ପର୍କରେ ଏଠାରେ ସେମାନଙ୍କ ମୁହଁରୁ ଶୀର୍ଷକରେ ପ୍ରକାଶ କରୁଛୁ। ଆଜି ଏଠାରେ ରାଜ୍ୟର ଦୁଇଟି ପ୍ରମୁଖ ସଂସ୍ଥାର ବରିଷ୍ଠ କର୍ମକର୍ତ୍ତାଙ୍କ ମତ ଉପସ୍ଥାପନ କରାଯାଇଛି।

ସମ୍ବାଦର ଏହା ଏକ ଅନନ୍ୟ ଉଦ୍ୟମ। ଏହାଦ୍ବାରା ଓଡ଼ିଶାରେ ପ୍ରତିଷ୍ଠିତ ବ୍ୟବସାୟିକ ସଂସ୍ଥାମାନେ ନିଜର ଏକ ପରିଚୟ ସୃଷ୍ଟି କରିପାରିବେ। ସମ୍ବାଦର ଏହି ଉଦ୍ୟମ ଦ୍ବାରା ରାଜ୍ୟର ଶିଳ୍ପପ୍ରତିଷ୍ଠାନ ଗୁଡ଼ିକ ଆହୁରି ଲୋକପ୍ରିୟତା ହାସଲ କରିବେ। ସେମାନଙ୍କ ବ୍ରାଣ୍ଡ୍ ଭାଲ୍ୟୁ ବୃଦ୍ଧିରେ ମଧ୍ୟ ଏହା ସହାୟକ ହେବ। ଆଗକୁ ବଢ଼ିବା ଲାଗି ସେମାନେ ପ୍ରେରଣା ପାଇବେ।
ସୁଧି ରଞ୍ଜନ ମିଶ୍ର, କର୍ପୋରେଟ୍ ଆଫେୟାର୍ସ ମୁଖ୍ୟ, ପାରାଦୀପ ଫସଫେଟ୍ସ ଲିମିଟେଡ୍
ଅତୀତରେ ବ୍ରାଣ୍ଡ୍ କହିଲେ ଓଡ଼ିଶାରେ ଲୋକେ କିଛି ବୁଝୁ ନଥିଲେ। କିନ୍ତୁ ଗତ କିଛିବର୍ଷ ହେଲା ଏଥିରେ ପରିବର୍ତ୍ତନ ଆସିଛି। ଓଡ଼ିଶାର ଅନେକ ବ୍ରାଣ୍ଡ୍ ଇତିମଧ୍ୟରେ ନିଜ ପାଇଁ ଭଲ ନାଁ କମାଇଛନ୍ତି। ସମ୍ବାଦ ଦ୍ବାରା ଓଡ଼ିଶାର ବ୍ରାଣ୍ଡ୍ ଗୁଡ଼ିକୁ ପ୍ରୋତ୍ସାହନ ଦିଆଯାଉଛି-ଏହା ବହୁତ ଖୁସିର ବିଷୟ। ରାଜ୍ୟର ଅଗ୍ରଣୀ ସମ୍ବାଦପତ୍ର ଭାବରେ ସମ୍ବାଦ ତାହାର ଦାୟିତ୍ବ ସମ୍ପାଦନ କରୁଛି। ଆଗାମୀ ଦିନରେ ମଧ୍ୟ ଏହା ଜାରି ରହିବ ବୋଲି ଆଶା ରହିଛି।
ସାତ୍ତ୍ବିକ ସ୍ବାଇଁ, ସାଧାରଣ ସମ୍ପାଦକ, ଓଡ଼ିଶା ଏସ୍‌ଏମ୍‌ଇ ସଂଘ

ସମ୍ବନ୍ଧିତ ଖବର