‘ଏଆଇଡିଏମ୍’ ୧୦ ନୂଆ କେନ୍ଦ୍ର ଖୋଲିବ

ଭୁବନେଶ୍ବର: ରାଜ୍ୟରେ ୮-୧୦ ହଜାର ଡିଜିଟାଲ୍ ମାର୍କେଟିଂ ପେସାଦାରଙ୍କ ଆବଶ୍ୟକତା ରହିଛି। ସେହି ଆବଶ୍ୟକତା ପୂରଣ କରିବା ପାଇଁ କୋଲକାତାରୁ ସୃଷ୍ଟି ‘ଆଡଭାନ୍ସଡ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍ ଡିଜିଟା୍‌ଲ ମାର୍କେଟିଂ (ଏଆଇଡିଏମ୍) ତରଫରୁ ସିଆର୍‌ପି ଛକ ଠାରେ ଏହାର ନୂତନ କେନ୍ଦ୍ର ଖୋଲାଯାଇଛି। ଏଠାରେ ଡିଜିଟାଲ୍ ମାର୍କେଟିଂ ଉପରେ ୧, ୩ ଏବଂ ୬ ମାସିଆ ପାଠ୍ୟକ୍ରମ ପ୍ରଦାନ କରାଯାଉଛି। ଏହି ଅବସର‌ରେ ଏହାର ସିଏମ୍‌ଡି ସୁବ୍ରତ ଚକ୍ରବର୍ତୀ କହିଛନ୍ତି ଯେ, ଡିଜିଟାଲ୍ ମାର୍କେଟିଂ ପାଠପଢ଼ିଥିବା ପ୍ରତିଟି ପିଲାଙ୍କ ପାଇଁ ଆଠଟି ଚାକିରି ରହିଛି। ଏହି ପାଠ୍ୟକ୍ରମରେ ନିଯୁକ୍ତି ଆଶାୟୀଙ୍କ ପାଇଁ ବିପୁଳ ସୁଯୋଗ ଥିବାରୁ ଆମେ ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ସେହି ଦକ୍ଷତା ପ୍ରଦାନ କରିବାକୁ ଚାହୁଛୁ। ‌ସେଥିପାଇଁ ରାଜ୍ୟର ପ୍ରଥମ କେନ୍ଦ୍ରକୁ ଭୁବନେଶ୍ବରରେ ଖୋଲାଯାଇଥିବା ବେଳେ ଖୁବ୍‌ଶୀଘ୍ର ଆଉ ୧୦ଟି କେନ୍ଦ୍ର ଓଡ଼ିଶାର ବିଭିନ୍ନ ସ୍ଥାନରେ ଖୋଲାଯିବ। ଭୁବନେଶ୍ବର ବ୍ୟତୀତ ପୁରୀ, କଟକ, ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର ଏବଂ ବାଲେଶ୍ବରରେ କଂପାନି ଏହାର ନୂତନ କେନ୍ଦ୍ରଗୁଡ଼ିକୁ ସ୍ଥାପନ କରିବାକୁ ଯୋଜନା ରଖିଛି।

ସମ୍ବନ୍ଧିତ ଖବର