ଫେଷ୍ଟିଭ ସେଲ୍‌ : ବିକ୍ରି କ୍ଷେତ୍ରରେ ଫ୍ଲିପକାର୍ଟକୁ ଟପିଲା ଆମାଜନ

ନୂଆଦିଲ୍ଲୀ : ଦେଶର ଅଗ୍ରଣୀ ଅନଲାଇନ୍‌ ସଂସ୍ଥା ଆମାଜନ୍‌ ଇଣ୍ଡିଆ ଚଳିତ ପାର୍ବଣ ଋତୁରେ ଗ୍ରାହକଙ୍କ ପାଇଁ ଏକ ଉପଯୋଗୀ ଅନ୍‌ ଲାଇନ୍‌ ସପିଂ ସ୍ଥଳ ପାଲଟି ପାରିଛି। ୭୦ ହଜାରରୁ ଅଧିକ ବିକ୍ରେତା ଗ୍ରାହକଙ୍କ ଅର୍ଡର ହାସଲ କରିପାରିଛନ୍ତି । ଚଳିତ ଥର କୋଟି ପ୍ରତି ବିକ୍ରେତାଙ୍କ ସଂଖ୍ୟାରେ ୧୧୭% ବୃଦ୍ଧି ଘଟିପାରିଛି। ଅକ୍ଟୋବର ୧୦ ତାରିଖରୁ ୧୫ ତାରିଖ, ଅକ୍ଟୋବର ୨୪ ତାରିଖରୁ ୨୮ ତାରିଖ ଏବଂ ନଭେମ୍ବର ୨ ତାରିଖରୁ ୫ ତାରିଖ ମଧ୍ୟରେ ଏହି ସଫଳତା ମିଳିପାରିଛି । ୮୯% ଗ୍ରାହକ ଛୋଟ ସହରରୁ ଅର୍ଡର କରିଥିବାବେଳେ ଗତ ଗ୍ରେଟ୍‌ ଇଣ୍ଡିଆନ୍‌ ଫେଷ୍ଟିଭାଲ ତୁଳନାରେ ଚଳିତ ଥର ୮୦% ବୃଦ୍ଧି ହୋଇପାରିଛି। ସାଓମି, ୱାନପ୍ଲସ୍‌, ଆପଲ ମଧ୍ୟରେ ଜିଆମିର ବିକ୍ରିରେ ୨.୨ ଗୁଣା ବୃଦ୍ଧି ହୋଇପାରିଛି। ୱାନପ୍ଲସ୍‌ ୬-ଟି ବେଶ୍‌ ସଫଳ ରହିଛି । ଏହି ଅବସରରେ ଫେଶନ ଏବଂ କୁମର ସାମ୍ରଗୀର ବିକ୍ରିରେ ବିଶେଷ ସଫଳତା ହାସଲ ହୋଇପାରିଛି । ବୃହତ୍‌ ଆପଲାଏନ୍ସ୍‌ ଏବଂ ଟିଭି ବ୍ରିକିରେ ୨.୫ ଗୁଣା ବୃଦ୍ଧି ହୋଇଥିବାବେଳେ ସ୍ମାର୍ଟ ଟିଭି ବିକ୍ରି ୫୦%ରୁ ଅଧିକ ହୋଇଛି । ଏହି ସମୟରେ ପ୍ରାଇମ୍‌ ସଦସ୍ୟଙ୍କ ପିକରଣରେ ୨ ଗୁଣା ବୃଦ୍ଧି ହୋଇଥିବାବେଳେ କ୍ରେଡିଟ୍‌ ଇନଷ୍ଟ୍ରିମେଂଟ୍‌ରେ ୧୯ ଗୁଣା ବୃଦ୍ଧି ହୋଇଛି । ଆମାଜନ ପେ ମାଧ୍ୟମରେ ୭୫% ବିକ୍ରି ସମ୍ଭବ ହୋଇପାରିଛି। ଇକୋ ଡିଭାଇସ୍‌ର ବିକ୍ରିରେ ୬ ଗୁଣା ବୃଦ୍ଧି ହୋଇଥିବାବେଳେ ଫାୟାର ଟିଭି ଷ୍ଟିକ୍‌ ବିକ୍ରିରେ ୨.୬ ଗୁଣା ବୃଦ୍ଧି ହୋଇଛି। ଆମାଜନ ପ୍ରାଇଭେଟ୍‌ ବ୍ରାଣ୍ଡ୍‌ ସୋଲିମୋ ଏବଂ ଆମାଜନ ବେସିକ୍‌ ବିକ୍ରିରେ ୬ ଗୁଣା ବୃଦ୍ଧି ହୋଇଛି। ବିକ୍ରି କ୍ଷେତ୍ରରେ ୪.୨ ଗୁଣା ବୃଦ୍ଧି ହୋଇଥିବାବେଳେ କଳା ହାଟ ପ୍ରୋଗ୍ରାମ୍‌ ବିକ୍ରିରେ ୪୦୦% ବୃଦ୍ଧି ହୋଇଛି।

ସମ୍ବନ୍ଧିତ ଖବର