ଉତ୍ତରାଖଣ୍ଡ: ପିଥୋରଗଢ଼ରେ ଭୂକମ୍ପନ ଅନୁଭୂତ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ପିଥୋରଗଢ଼ରେ ରବିବାର ସକାଳେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ପାଖାପାଖି ୧୨.୩୭ ମନିଟ୍‌ରେ ଭୂକମ୍ପ ଝଟକାରେ ପିଥୋରଗଢ଼ରେ ବସବାସ କରୁଥିବା ଲୋକମାନଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଥିଲା। ଏହି ଭୂକମ୍ପର ଝଟକା ଅନୁଭୂତ ହେବା ପରେ ଲୋକମାନେ ଭୟରେ ଘରୁ, ଅଫିସ୍‌ ଓ ଦୋକାନ ଆଦି ସ୍ଥାନରୁ ଭୟଭୀତ ହୋଇ ବହାରକୁ ବାହାରି ଆସିଥିଲେ।

ପାଣିପାଗ ବିଭାଗ କହିବାନୁସାରେ, ଏହି ଭୂମ୍ପକ ତୀବ୍ରତା ରିକ୍ଟଟର ସ୍କେଲ୍‌ରେ ୫.୦ ମ୍ୟାଗ୍ରିଚ୍ୟୁଡ୍‌ ଥିଲ। ଏହି ଭୂକମ୍ପର କେନ୍ଦ୍ର ନେପାଳ ଥିବା କୁହାଯାଉଛି। ଏହାର ଗଭୀରତା ୧୦କିମି ପର୍ଯ୍ୟନ୍ତ ଥିଲା। ଏଥିରେ କାହାରି କିଛି କ୍ଷୟକ୍ଷତି ହୋଇ ନଥିବା ସୂଚନା ମିଳିଛି। ସେହିପରି ଉତ୍ତରାଖଣ୍ଡ ପୂର୍ବରୁ ଚମ୍ପାଇ ଜିଲ୍ଲାର ମିଜୋରମରେ ଗତ ରାତି ଅର୍ଥାତ୍‌ ଶନିବାର ଦିନ ୧୦ ବାଜି ୪୫ ମିନିଟ୍‌ରେ ଭୂକମ୍ପ ଅନୁଭୂତ ହୋଇଥିଲା। ଯାହର ତୀବ୍ରତା ରିକ୍ଟଟର ସ୍କେଲ୍‌ରେ ୫.୩ ମ୍ୟାଗ୍ରିଚ୍ୟୁଡ ଥିବା କୁହାଯାଉଛି।

ସମ୍ବନ୍ଧିତ ଖବର