ହାର୍ଟ ଷ୍ଟ୍ରୋକ୍‌ ସଂପର୍କରେ ଆଗୁଆ ଚେତାଇଦେବ ଏହି ଆପ୍‌

ଆପଲ୍‌ ଆରମ୍ଭ କଲା ହାର୍ଟ ଷ୍ଟଡି ଆପ୍‌

ବିଶ୍ୱର ପ୍ରମୁଖ ଟେକନଲୋଜୀ କମ୍ପାନି ଆପଲ ପକ୍ଷରୁ ଏପରି ଏକ ଆପ୍‌ ଲଞ୍ଚ୍‌ କରାଯାଇଛି ଯାହାକି ଲୋକମାନଙ୍କ ହୃଦସ୍ପନ୍ଦନ ବା ହାର୍ଟବିଟ୍‌ ଉପରେ ନଜର ରଖିବ । ଏହାର ନାମ ହେଉଛି “ଆପଲ ହାର୍ଟ ଷ୍ଟଡି” । ଆପଲ୍‌ ଓ୍ଵାଚ୍‌ରେ ବ୍ୟବହାର ହେଉଥିବା ଏହି ଆପ୍‌ ହାର୍ଟବିଟ୍‌ରେ କୌଣସି ପ୍ରକାରର ଅନିୟମିତତା ବା ଅସ୍ୱାଭାବିକତା ଦେଖାଦେଲେ ତାହା ଜଣାଇଦେବ । ବିଶେଷକରି ଆର୍ଟିଆଲ ଫାଇବ୍ରିଲେସନ ପରି ଅସ୍ୱାଭାବିକ ହାର୍ଟବିଟ୍‌ ଦେଖାଦେଲେ ତାହା ତୁରନ୍ତ ନୋଟିଫାଏ କରିବ ।

ଆର୍ଟିଆଲ ଫାଇବ୍ରିଲେସନ ହେଉଛି ଏକ ପ୍ରକାରର ଅସ୍ୱାଭାବିକ ବା ଦ୍ରୁତ ହୃଦସ୍ପନ୍ଦନ ପ୍ରକ୍ରିୟା ଯାହାକି ହୃଦଘାତର ଏକ ପ୍ରମୁଖ କାରଣ ଭାବେ ବିବେଚିତ ହୁଏ । ଆର୍ଟିଆଲ ଫାଇବ୍ରିଲେସନ ହେଲେ ହାର୍ଟର ସ୍ପନ୍ଦନ ହଠାତ ବଢିଯାଏ, ଅଣନିଶ୍ୱାସୀ ଲାଗେ, ଦୂର୍ବଳ ଲାଗେ । ଅନିୟମିତ ହୃଦସ୍ପନ୍ଦନ ଉପରେ ଗବେଷଣା କରୁଥିବା ବିଶ୍ୱପ୍ରସିଦ୍ଧ ଷ୍ଟାନଫୋର୍ଡ ବିଶ୍ୱ ବିଦ୍ୟାଳୟ ସହ ମିଶି ଆପଲ କମ୍ପାନି ଏହି ଆପ୍‌ର ବିକାଶ କରିଛି ।

ଏହି ସହଯୋଗିତା ମାଧ୍ୟମରେ ଆମେ ଲୋକମାନଙ୍କୁ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ସଚେତନ କରିବା ସହ ହୃଦୟ ରୋଗର ଚିକିତ୍ସାର ବିକାଶ କ୍ଷେତ୍ରରେ ମଧ୍ୟ ଅଗ୍ରଗତି କରିବାକୁ ଚାହୁଁଛୁ । ଲୋକମାନଙ୍କର ହାର୍ଟ ବିଟ୍‌ ଜାଣିବା ପାଇଁ ଆପଲ ଓ୍ଵାଚରେ ଲାଗିଥିବା ଗ୍ରୀନ ଲାଇଟ୍‌ ସେନସର ଓ ଲାଇଟ ସେନସିଂ ଫଟୋଡାୟୋଡ୍‌ ବ୍ୟବହାର କରାଯାଏ । ଏହି ଟେକନଲୋଜୀ ମଣିବନ୍ଧରେ ପ୍ରବାହିତ ହେଉଥିବା ରକ୍ତ ପ୍ରବାହକୁ ଷ୍ଟଡି କରିଥାଏ ଓ ହାର୍ଟବିଟ୍‌ରେ କୌଣସି ଅସ୍ୱାଭାବାବିକତା ଦେଖାଦେଲେ ତାହା ଜଣାଇଦିଏ ।

ଆପଲ୍‌ର ଏହି ହାର୍ଟ ଷ୍ଟଡି ଆପ୍‌ ଏବେ କେବଳ ଆମେରିକା ଆପଲ ଷ୍ଟୋରରେ ଉପଲବ୍ଧ ହେଉଛି । ଖୁବଶୀଘ୍ର ତାହା ସାରା ବିଶ୍ୱରେ ଉପଲବ୍ଧ ହେବ ।

ସମ୍ବନ୍ଧିତ ଖବର