ଚଳିତବର୍ଷର ସବୁଠାରୁ ଅଧିକ ଲୋକପ୍ରିୟ ଗୀତ ‘ସାହୋରେ ବାହୁବଳୀ’

ମୁମ୍ବାଇ: ଚଳିତବର୍ଷର ଲୋକପ୍ରିୟ ଆପ୍‌, ଗେମ୍‌, ଚଳଚ୍ଚିତ୍ର, ଗୀତ, ଟିଭି ସୋ’ ଆଦି ସଂପର୍କରେ ଗୁଗୁଲ୍‌ ଶୁକ୍ରବାର ଘୋଷଣା କରିଛି। ତେବେ, ୨୦୧୭ ମସିହାର ସବୁଠାରୁ ଲୋକପ୍ରିୟ ଗୀତ ଭାବେ ରହିଛି ‘ସାହୋରେ ବାହୁବଳୀ’। ‘ବାହୁବଳୀ’ ଚଳଚ୍ଚିତ୍ରର ଏହି ଗୀତକୁ ସବୁଠାରୁ ଅଧିକ ଲୋକେ ଗୁଗୁଲ୍‌ରେ ସର୍ଚ୍ଚ କରିଛନ୍ତି। ଏହି ଗୀତଟି ଅନେକ ବଲିଉଡ୍‌ ଗୀତକୁ ପଛରେ ପକାଇ ଦେଇଛି। ଗୀତଟିକୁ ପ୍ରଶଂସକମାନେ ଏତେ ପସନ୍ଦ କରିଥିବାରୁ ଚଳଚ୍ଚିତ୍ର ନିର୍ମାତା ସଂସ୍ଥା ଏବଂ ଲହରୀ ମିଉଜିକ୍‌ ଉଭୟ ଦର୍ଶକଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।

ସେହିପରି ସବୁଠାରୁ ଲୋକପ୍ରିୟ ଚଳଚ୍ଚିତ୍ର ଭାବେ ଗୁଗୁଲ୍‌ ଘୋଷଣା କରିଛି ‘ଡିଅର୍‌ ଜିନ୍ଦେଗୀ’। ଚଳିତବର୍ଷର ସବୁଠାରୁ ଲୋକପ୍ରିୟ ଗେମ୍‌ ହେଉଛି ‘ବାହୁବଳୀ’। କରଣ ଜୋହରଙ୍କ ଲିଖିତ ‘ଅନ୍‌ସୁଇଟେବଲ୍‌ ବୟ’ ହେଉଛି ଏ ବର୍ଷର ସବୁଠାରୁ ଲୋକପ୍ରିୟ ପୁସ୍ତକ। ବକ୍ସ ଅଫିସ୍‌ରେ ଚଳିତବର୍ଷ ସବୁଠାରୁ ଅଧିକ କମାଇଥିବା ଚଳଚ୍ଚିତ୍ରଟି ହେଉଛି ‘ବାହୁବଳୀ-୨’।

ସମ୍ବନ୍ଧିତ ଖବର