ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଗିରଫ କରିବା ପାଇଁ େଓ୍ଵଷ୍ଟଇଣ୍ଡିଜ ଖେଳାଳି ପୁଲିସକୁ ଡକାଇଥିଲେ !

ନୂଆଦିଲ୍ଲା: ବ୍ରେକ୍‌ଫାଷ୍ଟ ଉଇଥ୍‌ ଚମ୍ପିୟନ୍ସ ସୋ’ର ଉପସ୍ଥାପକ ଗୌରବ କପୁରଙ୍କ ସହିତ କଥାବାର୍ତ୍ତା ହେଉଥିବା ସମୟରେ ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପଣ୍ଡ୍ୟା ଏକ ଘଟଣାର ସମ୍ପର୍କରେ ବଖାଣି କହିଥିଲେ, େଓ୍ଵଷ୍ଟ ଇଣ୍ଡିଜ୍‌ ଖେଳାଳି କିରେନ୍‌ ପୋଲାର୍ଡ ତାଙ୍କୁ ଗିରଫ କରିବା ପାଇଁ ପୁଲିସ ଡାକଇଥିିଲେ ଏବଂ ସେହି ସମୟରେ ସେ ବହୁତ ଗମ୍ଭୀର ହୋଇଯାଇଥିଲେ।

ଏହା ସେହି ସମୟର ଘଟଣା, ଯେତେବେଳେ ଭାରତୀୟ ଖେଳାଳି େଓ୍ଵଷ୍ଟଇଣ୍ଡିଜ ଟୁରରେ ଥିଲେ। ହାର୍ଦ୍ଦିକ ପୋଲାର୍ଡଙ୍କୁ ଭାଇ ଭଲି ଦେଖନ୍ତି। ସେ ପୋଲାର୍ଡଙ୍କ ସହିତ ବିତାଇଥିବା ଏକ ମଜାଦାର ମୁହୂର୍ତ୍ତକୁ ମନେ ପକାଇବାକୁ ଯାଇ କହିଥିଲେ, େଓ୍ଵଷ୍ଟଇଣ୍ଡିଜ୍‌ ଯିବା ସମୟରେ ସେ ତାଙ୍କର ସମସ୍ତ ସମୟ ପୋଲାର୍ଡଙ୍କ ସହ କଟାଇଥିଲେ।

ହାର୍ଦ୍ଦକ କହିଥିଲେ, ‘ପୋଲାର୍ଡଙ୍କ ସହିିତ ବୁଲିଲା ବେଳେ ମୁଁ ଜାଣିଥିଲି ମୋର କିଛି ଅସୁବିଧା ହେବ ନାହିଁ। ତେବେ ଏକଦା ପୋଲାଇ ମୋତେ ପଚାରିଲେ ତୁମେ ଏତେ ଶାନ୍ତ କିପରି ରହି ପାରୁଛ। ମୁଁ ତାଙ୍କୁ କହିଲି ତୁମେ ମୋ ସହ ଯେ ପର୍ଯ୍ୟନ୍ତ ଅଛ ମୋର କିଛି ହେବ ନାହିଁ। ମୁଁ ତୁମ ସହରରେ ଅଛି। ଏହା ଶୁଶି ପୋଲାର୍ଡ ମୋତେ ମଜା ଚଖାଇବା ପାଇଁ ଚିନ୍ତା କରିଥିଲେ। ପୋଲାର୍ଡ ପୁଲିସକୁ ଫୋନ୍‌ କରିଥିଲେ, ଯିଏକି ତାଙ୍କର ଜଣେ ସାଙ୍ଗ ଥିଲେ। ପୋଲାର୍ଡଙ୍କ ସେହି ପୁଲିସ ସାଙ୍ଗ ମୋତେ ଗିରଫ କରିବାକୁ ଆସିଥିଲେ। ମୁଁ ଜାଣିଥିଲି, ଏହା ମଜାକ୍‌ ଥିଲା। କିନ୍ତୁ ସେହି ସମୟରେ ଯେଭଳି ପରିସ୍ଥିତି ଥିଲା ମୁଁ ଗମ୍ଭୀର ହୋଇଯାଇଥିଲି। ମୁଁ ଶାନ୍ତ ରହି ଭାବିଥିଲି କି ଘଟଣାସ୍ଥଳକୁ ଭାରତୀୟ ଟିମ୍‌କୁ ଡାକି ସମସ୍ୟାର ସମାଧାନ କରାଇ ନେବି। କାରଣ ମୋର କିଛି ଭୁଲ ନଥିଲା ବୋଲି ଜାଣିଥିଲି।

ସମ୍ବନ୍ଧିତ ଖବର