ମଝି ରାସ୍ତାରେ କଲେଜ ଛାତ୍ରୀଙ୍କୁ ଅସଦାଚରଣ, ଭିଡ଼ିଓ ଭାଇରାଲ

ଭୁବନେଶ୍ୱର/ବରଗଡ଼: ମହିଳାଙ୍କୁ ସମ୍ମାନ ଓ ବିକାଶ ନାମରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ସୁରକ୍ଷା ପାଇଁ ରାଜ୍ୟର ପ୍ରତି ଥାନାରେ ମହିଳା ଡେକ୍ସ ରହିଛି। ଅପରାଧୀଙ୍କୁ ଧରିବା ପାଇଁ ସାଇବର ସେଲ ସ୍ଥାପନ କରାଯାଇଥିଲେ ମଧ୍ୟ ଏସବୁ ଅନ୍ୟଥା ପାଲଟିଛି। ଗତ ନଭେମ୍ବରରେ ମୟୁରଭଞ୍ଜ ଜିଲ୍ଲା ବାରିପଦାରେ ଜଣେ କଲେଜ ଛାତ୍ରୀଙ୍କୁ ଅସଦାଚରଣର ଭିଡ଼ିଓ ନିୟମିତ ଭାବରେ ଭାଇରାଲ ହେବା ପରେ ବର୍ତମାନ ପୁଣି ଆଉ ଜଣେ କଲେଜ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା ଭିଡିଓ ଭାଇରାଲ ହୋଇଛି। ଭାଇରାଲ ହୋଇଥିବା ଭିଡିଓ ବରଗଡ଼ ଜିଲ୍ଲାରୁ ସୋସିଆଲ ମିଡିଆର ଜାଲରେ ପଡ଼ିଛି ବୋଲି କୁହାଯାଉଛି। ଆଲୋଚନା ହେଉଛି ଯେ, ପଦ୍ମପୁର-ପାଇକମାଳ ରାସ୍ତାରେ ଦୁଇ ଜଣ କଲେଜ ଛାତ୍ର-ଛାତ୍ରୀ ନିଜ ରାସ୍ତାରେ ଯାଉଥିବା ବେଳେ କିଛି ଅସମାଜିକ ଯୁବକମାନେ ମୁହଁରେ ଗାମୁଛା ପିନ୍ଧି ଦଳବଦ୍ଧ ଭାବେ କଲେଜ ଛାତ୍ରୀଙ୍କୁ ଟଣାଓଟରା କରିଥିଲେ। ସେଠାରେ ଥିବା ଅନ୍ୟକିଛି ଯୁବକ ମୋବାଇଲରେ ଏହା କଏଦ୍ କରୁଥିବା ଦେଖାଯାଇଛି।

ଭିଡିଓ ଭାଇରାଲ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
-ସୁଶାନ୍ତ ନାଥ, ଉତ୍ତରାଞ୍ଚଳ ଆଇଜି

କଲେଜ ୟୁନିଫର୍ମରେ ଥିବା ଛାତ୍ରୀ ଜଣକ ପ୍ରାଣ ବିକଳରେ ଦୌଡ଼ି ପଳାଉଥିବା ବେଳେ ପ୍ରାୟ ୨୦ରୁ ଅଧିକ ଯୁବକ ମଜା ନେଉଛନ୍ତି। ସେହିପରି କିଛି ଯୁବକ ମୋବାଇଲରେ ଭିଡିଓ ରେକଡିଂ କରୁଛନ୍ତି। ଅସାମାଜିକ ଯୁବକମାନେ ଯୁବତୀଙ୍କ ସହିତ ଖରାପ କାମ ଉଦେଶ୍ୟ ନେଇ ଅନୁସରଣ କରିଥିଲେ, ଯେଉଁଥି ପାଇଁ ସେମାନେ ମୁହଁରେ ଗାମୁଛା ବାନ୍ଧିଥିଲେ ବୋଲି କୁହାଯାଉଛି। ଏହି ଘଟଣା ଗଣମାଧ୍ୟମକୁ ଆସିବା ପରେ ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ .ଖେଳି ଯାଇଛି।

ସମ୍ବନ୍ଧିତ ଖବର