ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି: ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ମୋବାଇଲ

ପହିଲି ଭୋଗ ନେଇ ନୀତି ଚୂଡ଼ାନ୍ତ, ଚଳିତବର୍ଷ ମହାପ୍ରଭୁଙ୍କ ଦିବାପହୁଡ଼

ପୁରୀ: ଶ୍ରୀମନ୍ଦିର ସେବାୟତଙ୍କୁ ମୋବାଇଲ ଫୋନ୍‌ ମିଳିବ। ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଶନିବାର ଏ ନେଇ ନିଷ୍ପତ୍ତି ହୋଇଛି। ସଂପୃକ୍ତ ନିଯୋଗ ମୋବାଇଲ ଖର୍ଚ୍ଚ ବହନ କରିବ। ସେହିପରି ଚଳିତବର୍ଷ ମହାପ୍ରଭୁଙ୍କ ଦିବାପହୁଡ଼ ନୀତି ହେବ ବୋଲି ଜଣାପଡ଼ିଛି। ପହିଲି ଭୋଗ ନେଇ ନୀତି ଚୂଡ଼ାନ୍ତ ହୋଇଛି।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା କହିଛନ୍ତି, ପୌଷ ମାସର ନୀତିନିର୍ଘଣ୍ଟ ସ୍ଥିରକୃତ ହୋଇଛି। କିଛି କିଛି ଦିନ ଶ୍ରୀଜିଉଙ୍କ ଦିବାପହୁଡ଼ ଲାଗି ନିଷ୍ପତ୍ତି ହୋଇଛି। ଅଧିକ ନୀତିକାନ୍ତି ଦିନ ଜଗମୋହନ ମରାମତି କାମ ବନ୍ଦ ରହିବ। ଶ୍ରୀମନ୍ଦିର ଭିତରେ ମୋବାଇଲ ବ୍ୟବହାରକାରୀଙ୍କ ଏକ ଚିଠା ପ୍ରସ୍ତୁତ ହେବ। ସବୁ ବର୍ଗର ସେବାୟତଙ୍କ ପରାମର୍ଶ କ୍ରମେ ଏହା ପ୍ରସ୍ତୁତ ହେବ। ଜେନା କହିଛନ୍ତି, ନାଟ ମନ୍ଦିର, ଜଗମୋହନ ଓ ବେହରଣ ମରାମତି ନେଇ ବୈଠକରେ ଆଲୋଚନା ହୋଇଛି।

ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରେ ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ ବୈଠକ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଜେନାଙ୍କ ଅଧ୍ୟକ୍ଷତା କରିଥିଲେ। ଶ୍ରୀଜଗନ୍ନାଥଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ ନୀତି ସମ୍ପର୍କରେ ଆଲୋଚନା ହେବାକୁ ଥିବା ବୈଠକରେ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ଵାଲ, ବିଭିନ୍ନ ନିଯୋଗର ସେବାୟତମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର