ଅରୁନ୍ଧତୀ ଜୁଏଲର୍ସର ୨୬ ଲକ୍ଷପତି ବିଜେତା

ଭୁବନେଶ୍ବର: ଅରୁନ୍ଧତୀ ଜୁଏଲର୍ସ ପକ୍ଷରୁ ଦୀର୍ଘ ୧୮ ବର୍ଷ ଧରି ପାଳନ ହୋଇ ଆସୁଥିବା ଫେଷ୍ଟିଭ ଧମାଲ୍‌ର ୨୦୧୮ ସିଜନ୍-୨ ପାଇଁ ୨୬ ଜଣ ଲକ୍ଷପତି ବିଜେତା ଚୟନ କରାଯାଇଛି। ଏଥିରେ ଅରୁନ୍ଧତୀ ଜୁଏଲର୍ସର ଭୁବନେଶ୍ବର ଶାଖାର ୧୦ ଜଣ, ସମ୍ବଲପୁର ଶାଖାର ୬ ଜଣ, ବଲାଙ୍ଗୀର ଶାଖାର ୬ ଜଣ, ଭବାନୀପାଟଣା ଶାଖାର ୪ ଜଣ ଲକ୍ଷପତି ବିଜେତାଙ୍କ ସହିତ ଜଣେ ଭାଗ୍ୟଶାଳୀ ବିଜୋତାଙ୍କୁ ଲକି ଡ୍ର ମାଧ୍ୟମରେ ଲଣ୍ଡନ ଭ୍ରମଣ ସୁଯୋଗ ‌ନେଇ ଘୋଷଣା କରାଯାଇଛି। ଏଥିସହିତ ଫେଷ୍ଟିଭ ଧମାଲ୍‌ର ୨୦୧୯ ସିଜନ୍ ୧ ଅଫର ଶୁଭାରମ୍ଭ ଘୋଷଣା ହୋଇଛି। ଏହି ଅଫରରେ ଗ୍ରାହକମାନେ ପ୍ରତ୍ୟେକ କ୍ରୟରେ ୨୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ସହିତ ଲକ୍ଷପତି କୁପନ୍ ଓ ଅକ୍ଷୟ ତୃତୀୟା ପାଇଁ ପ୍ରତ୍ୟେକ ହଲ୍‌ମାର୍କ ଗହଣା କ୍ରୟରେ ସୁନିଶ୍ଚିତ ସ୍ବର୍ଣ୍ଣ ମୁଦ୍ରା ଓ ରୌପ୍ୟ ମୁଦ୍ରା ପାଇପାରିବେ। ଏହି ଅଫର ଅରୁନ୍ଧତୀର ସମସ୍ତ ଶାଖାରେ ଉପଲବ୍ଧ ହେବ। ଉତ୍କଳ ମଣ୍ଡପଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଅରୁନ୍ଧତୀ ଜୁଏଲର୍ସର ବ୍ରାଣ୍ଡ୍ ଆମ୍ବାସଡର ଅର୍ଚ୍ଚିତା, ଇଣ୍ଡିଆନ୍ ଆଇଡଲ ସିଜନ୍-୩ର ଫାଇନାଲିଷ୍ଟ ପ୍ରଚ୍ଛଦପଟ ଗାୟିକା ପୂଜା ଚାଟାର୍ଜୀ ଯୋଗଦେଇଥିଲେ। ଅରୁନ୍ଧତୀ ଜୁଏଲର୍ସର ପରିଚାଳନା ନିର୍ଦେଶକ ବ୍ରହ୍ମାନନ୍ଦ ମେହେର, ନିର୍ଦେଶକ ଅଚ୍ୟୁତାନନ୍ଦ ମେହେର ପ୍ରମୁଖ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର