ଆଶୀର୍ବାଦ ଫେସନ୍‌ ଓ୍ଵାର୍ଲଡ୍‌ ଉଦ୍‌ଘାଟନ ଆଜି

ଭୁବନେଶ୍ୱର): ଦୀପାବଳି ଅବସରରେ ଖଣ୍ଡଗିରିର ନୂଆ ଜାଗମରା ରୋଡ୍‌ଠାରେ ନୂଆ ଫେସନ୍‌ ଷ୍ଟୋର୍‌ ‘ଆଶୀର୍ବାଦ ଫେସନ୍‌ ଓ୍ଵାର୍ଲଡ୍‌’ ଉଦ୍‌ଘାଟିତ ହେବ। ଏହାକୁ ସମ୍ବାଦର ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଅତିଥି ଭାବେ ଯୋଗ ଦେଇ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ତତ୍ତ୍ୱାବଧାୟକ ପଞ୍ଚାନନ ରାଉତଙ୍କ ଦ୍ୱାରା ସ୍ଥାପନ କରାଯାଇଥିବା ଏହି ୨୦୦୦ ବର୍ଗଫୁଟର ସୋ’ରୁମ୍‌ରେ ପୁରୁଷ ଏବଂ ମହିଳାଙ୍କ ରେଡିମେଡ୍‌ ଗାର୍ମେଣ୍ଟ୍‌ ବିକ୍ରି କରାଯିବ। ଏଠାରେ ଗ୍ରାହକମାନେ ଟପ୍‌, କୁର୍ତି, ସାର୍ଟ, ସାଲଓ୍ଵାର, ଜିନ୍ସ, ଦୁପଟ୍ଟା, ନାଇଟ୍‌ ସୁଟ୍‌, ପାର୍ଟି ଓୟାର ଏବଂ େଓ୍ଵଷ୍ଟର୍ଣ୍ଣ ଓୟାର ଆଦି ବହୁ ପ୍ରକାର ପୋଷାକପତ୍ର ଖରିଦ କରିପାରିବେ। ଗ୍ରାହକମାନେ କିଲରଠାରୁ ଆରମ୍ଭ କରି ଡ୍ୟୁକ୍‌, ଲକ୍ସ ଏବଂ ଜକି ଭଳି ପ୍ରତିଷ୍ଠିତ ବ୍ରାଣ୍ଡ୍‌ର ସାମଗ୍ରୀ ଏଠାରୁ ଖରିଦ କରିପାରିବେ। ସୋ’ରୁମ୍‌ ପକ୍ଷରୁ ବିଭିନ୍ନ ସାମଗ୍ରୀ ଉପରେ ୧୦-୨୦% ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯିବ। ସୋ’ରୁମ୍‌ ଉଦ୍‌ଘାଟନ ଅବସରରେ ପାର୍ଟନର ତପସ୍ୱୀନି ରାଉତ, ସ୍ୱରୂପ ସୁମନ ସ୍ୱାଇଁ, ଅରୁଣ ମଲ୍ଲିକ ଏବଂ ରଘୁନାଥ ସ୍ୱାଇଁ ଉପସ୍ଥିତ ରହିବେ।

ସମ୍ବନ୍ଧିତ ଖବର