ସ୍ବୟଂକ୍ରିୟ ହେବ ଇପିଏଫ୍ ସ୍ଥାନାନ୍ତର

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ(ଇପିଏଫଓ)ର ସଦସ୍ୟମାନେ ଚାକିରି ବଦଳାଇଲେ ଆଉ ଆକାଉଣ୍ଟ ଟ୍ରାନ୍ସଫର ପାଇଁ କାହାରିକୁ ଆବେଦନ କରିବାକୁ ପଡ଼ିବ ନାହିଁ। ଆକାଉଣ୍ଟ ସ୍ଥାନାନ୍ତର ପ୍ରକ୍ରିୟାକୁ ସ୍ବୟଂକ୍ରିୟ କରାଯିବ। ଫଳରେ ଆସନ୍ତା ଆର୍ଥିକ ବର୍ଷରୁ ଏହା ଆପେ ବଦଳିଯିବ। ଏବେ ଇପିଏଫଓର ସଦସ୍ୟମାନଙ୍କର ଯଦିଓ ୟୁଏଏନ୍ ( ୟୁନିଭର୍ସାଲ ଆକାଉଣ୍ଟ ନମ୍ବର) ରହିଛି ତଥାପି ସେମାନଙ୍କୁ ଚାକିରି ବଦଳାଇଲେ ଇପିଏଫ କ୍ଲେମ୍ ଟ୍ରାନ୍ସଫର କରିବା ଲାଗି ଆବେଦନ କରିବାକୁ ପଡ଼ୁଛି। ପ୍ରତିବର୍ଷ ପ୍ରାୟ ୮ ଲକ୍ଷ ‌ଲୋକ ସେମାନଙ୍କ ଇପିଏଫ୍ ଟ୍ରାନ୍ସଫର କରୁଛନ୍ତି। ଇପିଏଫଓ ଏବେ ଏହାର ପାଇଲଟ ପରୀକ୍ଷଣ ଚଳାଇଛି। ସବୁ ସଦସ୍ୟମାନଙ୍କୁ ଏହି ସୁବିଧା ଆସନ୍ତା ଆର୍ଥିକ ବର୍ଷର ଯେକୌଣସି ସମୟରେ ମିଳିବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର