ଆଜିଠୁ ଚାରି ଦିନ ବ୍ୟାଙ୍କ ବନ୍ଦ

ଭୁବନେଶ୍ବର : ଆଜିଠାରୁ ଲଗାତାର ଭାବେ ଚାରି ଦିନ ବ୍ୟାଙ୍କ ବନ୍ଦ ରହିବ। ଚଳିତ ମାସର ଦ୍ବିତୀୟ ଶନିବାର ହୋଇଥିବାରୁ ଆସନ୍ତାକାଲି ଏବଂ ରବିବାର ଦିନ ସ୍ବାଭାବିକ ଭାବେ ବ୍ୟାଙ୍କ ବନ୍ଦ ରହିବ। ଏହାର ପରବର୍ତୀ ଦୁଇ ଦିନ ୟୁନାଇଟେଡ୍‌ ଫୋରମ୍ ଅଫ୍‌ ବ୍ୟାଙ୍କ ୟୁନିୟନ୍ ଧର୍ମଘଟ ଡାକରା ଦେଇଥିବାରୁ ବ୍ୟାଙ୍କ ବନ୍ଦ ରହିବ। ‌ଚଳିତ ମାସ ୧୫ (ସୋମବାର) ଓ ୧୬ (ମଙ୍ଗଳବାର) ଦୁଇ ଦିନ ଧରି ବ୍ୟାଙ୍କ ୟୁନିୟନ୍ ଧର୍ମଘଟ ଡାକରା ଦେଇଛି। ଏହି ରିପୋର୍ଟ ଲେଖା ହେବା ବେଳକୁ ଧର୍ମଘଟ ପ୍ରତ୍ୟାହାର ହେବା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ। ତେଣୁ ଏହା ଧରି ନେବାକୁ ହେବ ଯେ ପୂର୍ବ ନିର୍ଧାରିତ ତାରିଖରେ ହିଁ ଧର୍ମଘଟ ହେବ ଏବଂ ବ୍ୟାଙ୍କ ଶାଖା ବନ୍ଦ ରହିବ।

ସମ୍ବନ୍ଧିତ ଖବର