ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର ୧୪ ନୂଆ ଶାଖା ଖୋଲିବ

ଭୁବନେଶ୍ବର: ଚଳିତ ଆର୍ଥିକ ବର୍ଷରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର ରାଜ୍ୟରେ ୧୪ଟି ନୂଆ ଶାଖା ଖୋଲିବାକୁ ଯୋଜନା ରଖିଛି। ଏଠାରେ ଆୟୋଜିତ ଆଉଟ୍‌ରିଚ୍‌ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା କଂପାନିର କାର୍ଯ୍ୟନିର୍ବାହୀ ନିର୍ଦେଶକ ଆଶିଷ ପାଣ୍ଡେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଓଡ଼ିଶାରେ ବ୍ୟାଙ୍କ ୫୦୦୦ କୋଟି ଟଙ୍କାର କାରବାର କରିବାକୁ ଲକ୍ଷ୍ୟ ରଖିଛି। ବର୍ତ୍ତମାନ ବ୍ୟାଙ୍କର ୩୬ଟି ଶାଖା ଥିବା ବେଳେ ତାହାକୁ ୫୦ରେ ପହଞ୍ଚାଇବାର ଯୋଜନା ରହିଛି। ଆଜି ସେ ବ୍ୟାଙ୍କର ୩୬ତମ ଶାଖାକୁ ଲକ୍ଷ୍ମୀସାଗରରେ ଉଦଘାଟନ କରିଛନ୍ତି। ଆଉଟ୍‌ରିଚ୍ କାର୍ଯ୍ୟକ୍ରମରେ ବ୍ୟାଙ୍କ ପକ୍ଷରୁ ୩୮ ଜଣ ଗ୍ରାହକଙ୍କୁ ୪୦.୬୮ କୋଟି ଟଙ୍କା ମଞ୍ଜୁର କରାଯାଇଥିଲା। ଏହି ଅବସରରେ ବ୍ୟାଙ୍କର ଜୋନାଲ ମ୍ୟାନେଜର ବିନୟ କୁମାର, ଡେପୁଟି ଜୋନାଲ ମ୍ୟାନେଜର ଶଶାଙ୍କ ଶେଖର ସାହୁ ଓ ଚିଫ୍‌ ମ୍ୟାନେଜର (ସିପିସି) ରବି ଶଙ୍କର କୁମାର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର