୨ ଦିନ ବ୍ୟାଙ୍କ ଛୁଟି

ନୂଆଦିଲ୍ଲୀ: ଆସନ୍ତା ୨୯ ଓ ୩୦ ତାରିଖ ଦେଶରେ ବ୍ୟାଙ୍କ ବନ୍ଦ ରହିବ। ୨୯ ତାରିଖ ମହାବୀର ଜୟନ୍ତୀ ଓ ୩୦ ତାରିଖ ଗୁଡ୍‌ ଫ୍ରାଇଡେ ପାଇଁ ବ୍ୟାଙ୍କ ଛୁଟି ରହିବ। ତେବେ ୩୧ ତାରିଖ (ଶନିବାର) ବ୍ୟାଙ୍କ ଖୋଲାରହିବ। କିନ୍ତୁ ଏପ୍ରିଲ ୧ ତାରିଖ ରବିବାର ପଡ଼ୁଥିବାରୁ ଏହିଦିନ ବ୍ୟାଙ୍କ ସ୍ୱାଭାବିକ ବନ୍ଦ ରହିବ। ତେବେ ୨ ତାରିଖ(ସୋମବାର) ଆନୁଆଲ କ୍ଲୋଜିଂ ପାଇଁ ବ୍ୟାଙ୍କ ବନ୍ଦ ରହିବ। ସର୍ବ ଭାରତୀୟ ବ୍ୟାଙ୍କ ଅଫିସର ମହାସଂଘର ସାଧାରଣ ସମ୍ପାଦକ ଡି. ଥୋମାସ୍‌ ଫ୍ରାଙ୍କୋ ରାଜେନ୍ଦ୍ର ଦେବ ଏହି ସୂଚନା ଦେଇଛନ୍ତି। ୨୯ ତାରିଖରୁ ନିରବଚ୍ଛିନ୍ନ ବ୍ୟାଙ୍କ ବ୍ୟାଙ୍କ ୫ ଦିନ ଛୁଟି ରହିବ ବୋଲି ସୋସିଆଲ ମିଡିଆରେ ଯେଉଁ ଖବର ଭାଇରାଲ ହୋଇଛି ତାହାକୁ ସେ ଖଣ୍ଡନ କରିଛନ୍ତି। ଆସନ୍ତା ଶନିବାର ଚଳିତ ମାସର ପଞ୍ଚମ ଶନିବାର ହୋଇଥିବାରୁ ବ୍ୟାଙ୍କ ବନ୍ଦ ରହିବ ନାହିଁ ବୋଲି ସେ କହିଛନ୍ତି। ବ୍ୟାଙ୍କ କେବଳ ପ୍ରତିମାସର ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ବନ୍ଦ ରହିଥାଏ।

ସମ୍ବନ୍ଧିତ ଖବର