ବିଗ୍ ବଜାରର ପ୍ଲାଷ୍ଟିକ୍ ବର୍ଜ୍ୟ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ବର : ବିଗ୍ ବଜାର ପକ୍ଷରୁ ୟୁଏନ୍‌ଡିପି ଓ ହିନ୍ଦୁସ୍ତାନ କୋକାକୋଲା ବେଭରେଜେସ୍‌ ସହ ମିଶି ପ୍ଲାଷ୍ଟିକ୍ ବର୍ଜ୍ୟ ଉପରେ ଜନ ସଚେତନତା ସୃଷ୍ଟି କରିବା ଲାଗି ଏକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହି ଅଭିଯାନ ଚଳିତ ମାସ ୧୧ରୁ ୨୪ ପର୍ଯ୍ୟନ୍ତ ଚାଲିବ। ବିଗ୍ ବଜାରର ପଟିଆ ଓ ଖାରବେଳ ନଗର ‌ଷ୍ଟୋର୍‌ରେ ପ୍ଲାଷ୍ଟିକ୍ ବଦଳରେ ଗ୍ରାହକଙ୍କୁ ଗିଫ୍‌ଟ ଭାଉଚର୍‌ ପ୍ରଦାନ କରାଯିବ। ଏହି ଅଭିଯାନରେ ପ୍ଲାଷ୍ଟିକ୍‌ର ରିସାଇକ୍ଲିଂ ବିଷୟରେ ଲୋକଙ୍କୁ ସଚେତନ କରାଯିବ। ଆଜିର କାର୍ଯ୍ୟକ୍ରମରେ ବିଏମ୍‌ସି କମିସନର ପ୍ରେମ୍ ଚନ୍ଦ୍ର ଚୌଧୁରୀ, ଅତିରିକ୍ତ କମିସନର ଶୁରଥ ଚନ୍ଦ୍ର ମଲ୍ଲିକ, ଡେପୁଟି କମିସନର ଶୁଭେନ୍ଦୁ କୁମାର ସାହୁ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବରିଷ୍ଠ ବୈଜ୍ଞାନିକ ବି କେ ନାୟକ, ୟୁଏନ୍‌ଡିପିର ଆବାସିକ ପ୍ରତିନିଧି ନାଦିଆ ରସିଦ୍‌ ଓ ଡେପୁଟି ଡାଇରେକ୍ଟର ରାଜେଶ କୁମାରଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।

ସମ୍ବନ୍ଧିତ ଖବର