ବିଗ୍ ବଜାରର ‘ସବ୍‌ସେ ଶସ୍ତେ ୫ ଦିନ’ ‌ସେଲ୍‌

ଭୁବନେଶ୍ୱର: ବିଗ୍ ବଜାର ପକ୍ଷରୁ ସବ୍‌ସେ ଶସ୍ତେ ପାଞ୍ଚ ଦିନ ସେଲ୍ ବିଷୟରେ ଘୋଷଣା କରାଯାଇଛି। ଏହା ଚଳିତ ମାସ ୨୩ରୁ ଆରମ୍ଭ ହୋଇ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ। ସମସ୍ତ ବିଗ୍ ବଜାର ଷ୍ଟୋର୍‌ରେ ଏହି ସେଲ୍ ଚାଲିବ। ଏହି ଅବସରରେ ଗ୍ରାହକମାନେ ବିଭିନ୍ନ ସାମଗ୍ରୀ କିଣାକିଣି ଉପରେ ଆକର୍ଷଣୀୟ ଅଫର୍ ଓ ରିହାତି ପାଇବେ। ଗ୍ରାହକମାନେ ୩୦୦୦ ଟଙ୍କାରୁ ଅଧିକ ମୂଲ୍ୟର କିଣାକିଣି କଲେ ନିଜର ଫ୍ୟୁଚର୍‌ ପେ ୱାଲେଟ୍‌ରେ ୨୦% କ୍ୟାସବ୍ୟାକ୍ ସହିତ ଆହୁରି ବହୁତ କିଛି ପାଇବେ। ରୁପେ କାର୍ଡରେ ୫୦୦ ଟଙ୍କାରୁ ଅଧିକ ମୂଲ୍ୟର କିଣାକିଣି ଉପରେ ୭% ଅତିରିକ୍ତ ରିହାତି ମିଳିବ। ପେଟିଏମ୍‌କୁ ବ୍ୟବହାର କରି ଗ୍ରାହକମାନେ ଇଭାଉଚର୍‌ କିଣିପାରିବେ। ଗ୍ରାହକମାନେ ଏହି ଅବସରରେ ବିଗ୍ ବଜାର ଷ୍ଟୋର୍‌ରେ ପୁରୁଷ, ମହିଳା ଓ ପିଲାମାନଙ୍କ ପୋଷାକ, ଏସି, ଏଲ୍ଇଡି ଟିଭି, ସ୍ମାର୍ଟଫୋନ୍, ଗୃହ ଉପକରଣ, ଟୁରିଷ୍ଟ ବ୍ୟାଗ୍ ଆଦି ଜିନିଷକୁ ବିଭିନ୍ନ ପ୍ରକାର ଅଫରରେ କିଣିପାରିବେ। ଏହି ସେଲ୍ ମାଧ୍ୟମରେ ଆମେ ଗ୍ରାହକଙ୍କୁ ଆହୁରି ଅଧିକ ରିହାତି ପ୍ରଦାନ କରିବାକୁ ଚାହୁଁଛୁ ବୋଲି କଂପାନିର ସିଇଓ ସଦାଶିବ ନାୟକ କହିଛନ୍ତି।

ସମ୍ବନ୍ଧିତ ଖବର