ବିପିଏଲ୍‌ର ନୂଆ ସ୍ମାର୍ଟ ଡିଜାଇନ୍‌ର ଉତ୍ପାଦ

ମୁମ୍ବାଇ: ବିପିଏଲ୍‌ ପକ୍ଷରୁ ସ୍ମାର୍ଟ ଡିଜାଇନ୍‌ର କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ ଉତ୍ପାଦ ‌ଉନ୍ମୋଚନ କରାଯାଇଛି। କଂପାନି ଆଣିଛି ନୂଆ ଏସି, ରେଫ୍ରିଜରେଟର, ମିକ୍ସଚର ଗ୍ରାଇଣ୍ଡର୍‌, ‌ଷ୍ଟାଣ୍ଡ୍‌ ଫ୍ୟାନ୍, ୱାସିଂ ମେସିନ୍ ଓ ଟିଭି। ମହାମାରୀ ପ୍ରଭାବ ଯୋଗୁଁ ଲୋକମାନେ ଘରେ ରହୁଥିବାରୁ ବିପିଏଲ୍‌ର ନୂଆ ଏସିରେ ଥିବା ଜୀବାଣୁ ନାଶକ ଏବଂ ଧୂଳିକଳା ନିରୋଧୀ ପ୍ରଯୁକ୍ତି ‌ସେମାନଙ୍କୁ ସ୍ବଚ୍ଛ ବାୟୁ ପ୍ରଦାନ କରିବ। ବିପିଏଲ୍‌ ରେଫ୍ରିଜରେଟରରେ ରହିଛି ନେଚର୍‌ ଫ୍ରେସ୍‌ ପ୍ରଯୁକ୍ତି ଯାହା ଖାଦ୍ୟ ପଦାର୍ଥକୁ ସତେଜ ରଖିବା ସହିତ ସତେଜ ସୁଗନ୍ଧ ପ୍ରଦାନ କରିବ। କଂପାନିର ନୂଆ ୪କେ ଆଣ୍ଡ୍ରଏଡ୍‌ ସ୍ମାର୍ଟ ଟିଭି ଉନ୍ନତ ଅନୁଭୂତି ପ୍ରଦାନ କରିବ ଏବଂ ବର୍ତ୍ତମାନ ସମୟର ଚାହିଦାକୁ ସୁହାଇବ। ବିପିଏଲ୍‌ର ନୂଆ ୱାସିଂ ମେସିନ୍‌ରେ ୩୦% କମ୍ ପାଣି ବ୍ୟବହାର ହେବ। ଏଥିରେ ଥିବା ମ୍ୟାଜିକ୍ ସେନ୍‌ସର୍‌ ଲାଇଟ୍‌ ଯୋଗୁଁ ମଣିଷଙ୍କ ଉପସ୍ଥିତି ଅନୁସାରେ ଆପେ ଅନ୍‌ ଓ ଅଫ୍ ହେବ। କଂପାନି ଅଡିଓ ଉପକରଣ ଏବଂ ସ୍ପିକର୍‌ ମଧ୍ୟ ଉନ୍ମୋଚନ କରିଛି। ଏହି ଉତ୍ପାଦଗୁଡ଼ିକର ପ୍ରଚାର ଲାଗି କଂପାନି ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିବ। ଗ୍ରାହକମାନେ ବିପିଏଲ୍‌ ଉତ୍ପାଦଗୁଡ଼ିକ ନିକଟତମ ଇଲେକ୍ଟ୍ରୋନିକ୍ସ ସୋ’ରୁମ୍‌ରୁ କିଣିପାରିବେ।

ସମ୍ବନ୍ଧିତ ଖବର