ବ୍ରାଣ୍ଡସ୍‌ ଅଫ୍ ଓଡ଼ିଶା ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ: ସମ୍ବାଦ କର୍ପୋରେଟ୍‌ ଏକ୍ସେଲେନ୍ସ ଆୱାର୍ଡ

ଅନଲାଇନ୍‌ରେ ଆବେଦନ ପାଇଁ ୱେବସାଇଟ୍‌

ଭୁବନେଶ୍ବର: ବ୍ରାଣ୍ଡ୍‌ସ୍‌ ଅଫ୍‌ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ: ସମ୍ବାଦ କର୍ପୋରେଟ୍ ଏକ୍ସେଲେନ୍ସ ଆୱାର୍ଡ ପାଇଁ ଆବେଦନ ଆହ୍ବାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆବେଦନକାରୀଙ୍କ ପାଇଁ ଏକ ସ୍ବତନ୍ତ୍ର ୱେବସାଇଟ୍‌ ବିକଶିତ କରାଯାଇଛି। ତାହା ହେଉଛି www.sambadawards.com। କଂପାନିଗୁଡ଼ିକ ସେହି ୱେବସାଇଟ୍‌ରେ ଅତି ସହଜରେ ଆବେଦନ କରିପାରିବେ। ୱେବସାଇଟ୍‌କୁ ଖୋଲିବା ପରେ ଏହାର ଡାହାଣ ପାର୍ଶ୍ବରେ ‘ଆପ୍ଲାଏ ନାଓ’ ବ୍ଲିଙ୍କ୍‌ ହେଉଥିବ। ସେଠାରେ କ୍ଲିକ୍‌ କରି ଅନଲାଇନ୍ ଫର୍ମକୁ ପୂରଣ କରାଯାଇପାରିବ। ଏହା ବ୍ୟତୀତ ଏହି ପୁରସ୍କାର ବିଷୟରେ ସମସ୍ତ ବିବରଣୀ ୱେବ୍‌ସାଇଟ୍‌ରେ ରହିଛି। ପାଞ୍ଚଟି ବର୍ଗରେ ଏଥର ପୁରସ୍କାର ପ୍ରଦାନ କରାଯିବ। କେଉଁ ବର୍ଗ ପାଇଁ ଯୋଗ୍ୟତାର ମାନଦଣ୍ଡ କ’ଣ ଧାର୍ଯ୍ୟ କରାଯାଇଛି ତାହାକୁ ଏହି ୱେବସାଇଟ୍‌ ଜରିଆରେ ଜାଣିହେବ। ପୁରସ୍କାର ବିତରଣ ଉତ୍ସବ ବିଷୟରେ ମଧ୍ୟ ସେଥିରେ ବିଶଦ୍ ସୂଚନା ପ୍ରଦାନ କରାଯାଇଛି। ଏହି ପୁରସ୍କାର ବିଷୟରେ ଯଦି କୌଣସି ସଂସ୍ଥା କିଛି ମତାମତ ଦେଉଛନ୍ତି ତାହା ଇ-ମେଲ୍ ଜରିଆରେ ଜଣାଇପାରିବେ। ସେଥିପାଇଁ ମଧ୍ୟ ୱେବସାଇଟ୍‌ରେ ବ୍ୟବସ୍ଥା କରାଯାଇଛି। ଅନଲାଇନ୍‌ ଆବେଦନର ଶେଷ ତାରିଖ ହେଉଛି ୪ ଜାନୁଆରି ୨୦୧୯। ଏ ସମ୍ପର୍କରେ ଅଧିକ ବିବରଣୀ ପାଇଁ ମୋବାଇଲ୍‌ ନଂ ୯୮୬୧୦୯୪୧୭୪ କିମ୍ବା [email protected] ରେ ଯୋଗାଯୋଗ କରିହେବ।

ସମ୍ବନ୍ଧିତ ଖବର