ମାଇଣ୍ଡ୍‌ଟ୍ରି ଛାଡ଼ିଲେ ୩ ସହପ୍ରତିଷ୍ଠାତା

ବେଙ୍ଗାଲୁରୁ: ଆଇଟି କମ୍ପାନି ମାଇଣ୍ଡଟ୍ରିର ୩ ଜଣ ସହ ପ୍ରତିଷ୍ଠାତା ଇସ୍ତଫା ଦେଇଛନ୍ତି। ସେମାନେ ହେଲେ କ୍ରିଷ୍ଣକୁମାର ନଟରାଜନ, ଏନ୍‌. ଏସ୍‌. ପାର୍ଥସାରଥୀ ଏବଂ ରୋଷ୍ଟୋ ରାବଣନ୍। ମାଇଣ୍ଡଟ୍ରିର ୬୦.୦୬ ପ୍ରତିଶତ ଅଂଶଧନ ଏଲ୍ ଆଣ୍ଡ ଟି କିଣିବାରେ ସଫଳ ହେବା ପରେ ଏହି ସହ ପ୍ରତିଷ୍ଠାତାମାନେ ଇସ୍ତଫା ଦେଇଛନ୍ତି। ନଟରାଜନ୍ କମ୍ପାନିର ଅଧ୍ୟକ୍ଷ ଥିବାବେଳେ ପାର୍ଥସାରଥୀ ମୁଖ୍ୟ ପରିଚାଳନା ଅଧିକାରୀ ଏବଂ ରାବଣନ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ରହିଥିଲେ। ଏହି ୩ ଜଣଙ୍କ ସହିତ ଅନ୍ୟ ସହ ପ୍ରତିଷ୍ଠାତାମାନଙ୍କର ନିଯୁକ୍ତି ଚୁକ୍ତି ଆସନ୍ତା ୧୭ ତାରିଖରେ ଶେଷ ହେଉଥିବାରୁ ସେମାନଙ୍କୁ କମ୍ପାନିରୁ ବାଦ୍ ଦେବା ପାଇଁ ଏମାନେ କହିଛନ୍ତି। ୨୦ ବର୍ଷର ଏହି ପୁରୁଣା କମ୍ପାନିର ନୂଆ ‌ପରିଚାଳନା ଅଧିକାରୀଙ୍କ ନାମ ଆଗାମୀ ଦିନରେ ଘୋଷଣା ହେବ।

ସମ୍ବନ୍ଧିତ ଖବର