ନୋଟ୍‌, କାର୍ଡରେ କରୋନା ବ୍ୟାପିବା ଆଶଙ୍କା

ନୂଆଦିଲ୍ଲୀ: ନଗଦ ନୋଟ୍, ଡେବିଟ୍‌ ଓ କ୍ରେଡିଟ୍ କାର୍ଡ ଜରିଆରେ କରୋନା ଭୂତାଣୁ ବ୍ୟାପିବାର ଆଶଙ୍କା ରହିଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) କହିଛି। କରୋନାକୁ ଅଟକାଇବା ଲାଗି ଲୋକମାନେ ପେମେଣ୍ଟ୍‌ କରିବା ବେଳେ ୟୁପିଆଇ, ଆଇଏମ୍‌ପିଏସ୍‌, ଆର୍‌ଟିଜିଏସ୍‌, ମୋବାଇଲ୍ ୱାଲେଟ୍ ଓ ନେଟ୍‌ ବ୍ୟାଙ୍କିଙ୍ଗ୍‌କୁ ବ୍ୟବହାର କରିବା ଦରକାର ବୋଲି ବିଶେଷଜ୍ଞମାନେ କହିଛନ୍ତି। ଭାରତରେ କିଣାବିକା ବେ‌ଳେ ନଗଦ ଟଙ୍କାକୁ ଅଧିକ ମାତ୍ରାରେ ବ୍ୟବହାର କରାଯାଉଛି। ତେଣୁ ଯେଉଁ ନୋଟ୍‌ରେ କରୋନା ଭୂତାଣୁ ଥିବ ତାହା ଅତି ସହଜରେ ଅନେକ ଲୋକଙ୍କ ପର୍ଯ୍ୟନ୍ତ ବ୍ୟାପିବାର ଆଶଙ୍କା ରହିଛି। କାର୍ଡ ଓ ନୋଟ୍ ବ୍ୟବହାର ନକରିବା ଲାଗି ଡବ୍ଲୁଏଚ୍‌ଓ ପରାମର୍ଶ ଦେଇଥିବାରୁ ଡିଜିଟାଲ୍ ଓ ସ୍ପର୍ଶହୀନ କାରବାର ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ବିଶେଷଜ୍ଞମାନେ କହିଛନ୍ତି। ନଗଦ କାରବାର ବଦଳରେ ଡିଜିଟାଲ୍ କାରବାର ବଢ଼ାଇବା ଲାଗି ଗ୍ରାହକମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରାଯିବାର ଆବଶ୍ୟକତା ରହିଛି ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧିତ ଖବର