କରୋନା ପ୍ରଭାବ: ସୁନା ଦାମ୍ ୧୧୦୦ ଟଙ୍କା ଖସିଲା

ନୂଆଦିଲ୍ଲୀ: କରୋନା ଭୂତାଣୁ ପ୍ରଭାବରେ ସୁନାର ୧୦ ଗ୍ରାମ୍ ପିଛା ଦାମ୍‌ ଆଜି ୧୦୯୭ ଟଙ୍କାର ହ୍ରାସ ଘଟି ୪୨,୬୦୦ ଟଙ୍କାକୁ ଖସିଆସିଛି। ଆଗାମୀ ଦିନରେ ସୁନା ଦର ଆହୁରି ହ୍ରାସ ପାଇଲେ ବହୁତ କ୍ଷତି ସହିବାକୁ ପଡ଼ିପାରେ ବୋଲି ଆଶଙ୍କା କରି ନିବେଶକମାନେ ସୁନାକୁ କମ୍ ଦାମ୍‌ରେ ବିକ୍ରି କରୁଛନ୍ତି। ସେହିଭଳି ଆଜି ରୁପାର କିଲୋଗ୍ରାମ ପିଛା ଦର ୧୬୭୪ ଟଙ୍କା ହ୍ରାସ ପାଇ ୪୪,୧୩୦ ଟଙ୍କା ହୋଇଛି।

ସମ୍ବନ୍ଧିତ ଖବର