କରୋନା ଭାଇରସ୍: ଗୁଗୁଲ୍, ଆପଲ୍‌, ଆମାଜନ୍‌, ଫେସ୍‌ବୁକ୍, ମାଇକ୍ରୋସଫ୍ଟର ୪୨୦ ବିଲିଅନ୍‌ ଡଲାର କ୍ଷତି

ନୂଆଦିଲ୍ଲୀ: କରୋନାକୁ ନେଇ ଦେଖାଦେଇଥିବା ଅନିଶ୍ଚିତତା କାରଣରୁ ବିଶ୍ବର ବଡ଼ ଆଇଟି କଂପାନି ଗୁଗୁଲ୍, ଆପଲ୍‌, ଆମାଜନ୍, ମାଇକ୍ରୋସଫ୍ଟ ଓ ଫେସବୁକ୍ ବିପୁଳ କ୍ଷତି ସହିଲେଣି। ଷ୍ଟକ ବଜାରରେ ଏହି କଂପାନି ୪୨୦ ବିଲିଅନ୍ ଡଲାର ହରାଇଛନ୍ତି। ଷ୍ଟକ ବଜାରରେ ଆପଲ୍‌ର ସେୟାର ମୂଲ୍ୟ ୯.୮୮ ପ୍ରତିଶତ କମିଥିବା ବେଳେ ଫେସବୁକ୍‌ର ୯.୩୦ ପ୍ରତିଶତ, ଗୁଗୁଲ୍‌ର ୮.୨ ପ୍ରତିଶତ, ଆମାଜନ୍‌ର ୭.୯୮ ପ୍ରତିଶତ ଓ ମାଇକ୍ରୋସଫ୍ଟର ସେୟାର ମୂଲ୍ୟ ୯.୪୮ ପ୍ରତିଶତ ହ୍ରାସ ପାଇଛି। କରୋନାକୁ ନଜରରେ ରଖି ବଡ଼ ପ୍ରଯୁକ୍ତି କଂପାନିଗୁଡ଼ିକ କର୍ମଚାରୀମାନଙ୍କୁ ଘରେ ରହି କାର୍ଯ୍ୟ କରିବାକୁ ନିର୍ଦେଶ ଦେଇଛନ୍ତି। ଟ୍ବିଟର୍‌ ଏହାର ସମସ୍ତ କର୍ମଚାରୀଙ୍କୁ ଘରୁ କାର୍ଯ୍ୟ କରିବାକୁ କହିଛି। ଗୁଗୁଲ୍ ଓ ଆମାଜନ୍ ମଧ୍ୟ କର୍ମଚାରୀମାନଙ୍କୁ ଘରେ ରହି କାର୍ଯ୍ୟ କରିବାକୁ ଉତ୍ସାହିତ କରୁଛନ୍ତି।

ସମ୍ବନ୍ଧିତ ଖବର