ବାଲିଯାତ୍ରାରେ ଡାଲମିଆ ସିମେଣ୍ଟ୍‌ ଷ୍ଟଲ୍‌

ଭୁବନେଶ୍ୱର: କଟକର ବାଲିଯାତ୍ରାରେ ଡାଲମିଆ ସିମେଣ୍ଟ୍‌ ପକ୍ଷରୁ ଏକ ଆକର୍ଷଣୀୟ ଷ୍ଟଲ୍‌ ନିର୍ମାଣ କରାଯାଇଛି। କପିଳାସ ସିମେଣ୍ଟ୍‌ ମାନୁଫାକ୍‌ଚରିଂ ଓ୍ଵାର୍କସ୍‌ର ଉପ କାର୍ଯ୍ୟନିର୍ବାହୀ ନିର୍ଦେଶକ ମନୋରଞ୍ଜନ ସାହୁ ଏହାକୁ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ କଂପାନିର ଆଞ୍ଚଳିକ ବିକ୍ରି ମୁଖ୍ୟ ସମୀର ଲରେନ୍ସ ଏବଂ ବରିଷ୍ଠ ପ୍ରବନ୍ଧକ-ମାର୍କେଟିଂ ମାନସ ସାହୁ ଉପସ୍ଥିତ ଥିଲେ। ଏଠାରେ ଡାଲମିଆ ସିମେଣ୍ଟ୍‌ ପକ୍ଷରୁ ଏକ ୩ଡି ଜାହଜ ନିର୍ମାଣ କରାଯାଇଛି। ଷ୍ଟଲ୍‌ରେ ଆୟୋଜନ କରାଯାଉଥିବା ବିଭିନ୍ନ କୌତୁକ ପ୍ରତିଯୋଗିତାର ବିଜେତାଙ୍କୁ ସେଠାରେ ସେଲ୍‌ଫି ନେବାର ସୁଯୋଗ ପ୍ରଦାନ କରାଯାଉଛି। ନିର୍ମାଣ କାମରେ ଗୁଣାତ୍ମକ ସିମେଣ୍ଟ୍‌ ବ୍ୟବହାରର ବିଭିନ୍ନ ପ୍ରକାର ଲାଭ ବିଷୟରେ ଷ୍ଟଲ୍‌ରେ ସୂଚନା ପ୍ରଦାନ କରାଯାଉଛି।

ସମ୍ବନ୍ଧିତ ଖବର