ଡାଲମିଆର ଏଫ୍‌ବିସି ସିମେଣ୍ଟ୍‌

କୋଲକାତା: ଡାଲମିଆ ଭାରତ ଗ୍ରୁପ୍‌ ପୂର୍ବ ଭାରତ ବଜାରରେ ଏଫ୍‌ବିସି ସିମେଣ୍ଟ ଉପଲବ୍ଧ କରାଇଛି। ନୂଆ ଉତ୍ପାଦର ବଜାର ପ୍ରବେଶ କରାଇ କମ୍ପାନିର ସିନିୟର ଏକ୍‌ଜିକ୍ୟୁଟିଭ୍‌ ଡାଇରେକ୍ଟର ମାର୍କେଟିଂ ଆଣ୍ଡ କମ୍ୟୁନିକେସନ୍‌ ବି କେ ସିଂ କହିଲେ, ଏହି ସିମେଣ୍ଟ ଫାଇନ୍‌ ବ୍ଲେଣ୍ଡ କମ୍ପୋଜିଟ୍‌। ସୁନ୍ଦର ପ୍ୟାକେଟ୍‌ରେ ଏହାକୁ ଉପଲବ୍ଧ କରାଯାଇଛି। ବିଶେଷ କରି ଓଡ଼ିଶାରେ ଡାଲମିଆ ସିମେଣ୍ଟ ସବୁଠାରୁ ଅଗ୍ରଣୀ ଭୂମିକା ନେଇଛି। ଝାଡ଼ଖଣ୍ଡ, ଛତିଶଗଡ଼ରେ ଡାଲମିଆ ତା’ର ପ୍ରଭାବ, ବିଶ୍ୱାସ ବଢ଼ାଇ ଚାଲିଛି। ଏହି ନୂଆ ଉତ୍ପାଦ ବଜାରରେ ଆଦୃତ ହେବ ବୋଲି କମ୍ପାନିର ନିର୍ଦ୍ଦେଶକ ଇନ୍ଦ୍ରଜିତ ଚାଟାର୍ଜୀ ମତ ଦେଇଥିଲେ।

ସମ୍ବନ୍ଧିତ ଖବର