ଡିସେମ୍ବର ୨୭ରେ ବ୍ୟାଙ୍କ ଧର୍ମଘଟ

ଥିରୁଭାନନ୍ତପୁରମ: ଆଇଡିବିଆଇ ବ୍ୟାଙ୍କ କର୍ମଚାରୀଙ୍କ ବେତନ ସଂଶୋଧନ ଦାବିରେ ଆସନ୍ତାମାସ ୨୭ ତାରିଖରେ ଦେଶବ୍ୟାଙ୍କ ବ୍ୟାଙ୍କ ଧର୍ମଘଟ ହେବାର ସମ୍ଭାବନା ଦେଖାଦେଇଛି। ସର୍ବ ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ (ଏଆଇବିଇଏ) ଏବଂ ସର୍ବ ଭାରତୀୟ ବ୍ୟାଙ୍କ ଅଫିସର ସଂଘ (ଏଆଇବିଓଏ) ପକ୍ଷରୁ ହେବାକୁ ଥିବା ଏହି ଧର୍ମଘଟକୁ ୟୁଏଫବିୟୁ( ବ୍ୟାଙ୍କ ସଂଘର ମିଳିତ ଫୋରମ୍‌) ସମର୍ଥନ ଦେବାକୁ ନିଷ୍ପତ୍ତି ନେଇଛି। ୨୦୧୨ ନଭେମ୍ବର ୧ରୁ ଆଇଡିବିଆଇ ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀଙ୍କ ବେତନ ସଂଶୋଧନ ହେବାର ଆବଶ୍ୟକତା ଥିଲେ ମଧ୍ୟ ଏହା ଏ ପର୍ଯ୍ୟନ୍ତ ହୋଇନାହିଁ ।

ସମ୍ବନ୍ଧିତ ଖବର