ନୂଆଦିଲ୍ଲୀ : ସୋସିଆଲ ନେଟ୍ଓ୍ଵାର୍କିଂ ସାଇଟ୍ ଫେସ୍ବୁକ୍ ନେଇ ଏବେ ଅନେକ କଥା ସାମ୍ନାକୁ ଆସିଥିବା ବେଳେ ବ୍ୟବହାରକାରୀଙ୍କ ଡ଼ାଟାର ଦୁରୁପଯୋଗ ହୋଇଥିବା ହେତୁ ଫେସ୍ବୁକ୍ର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ କ୍ଷମା ମାଗି ସାରିଛନ୍ତି । ଏହା ସହ ଆଗକୁ ଯେପରି ଏଭଳି କିଛି ନ ଘଟେ ସେ ନେଇ ସେ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ଫେସ୍ବୁକ୍ ହରାଉଥିବା ଲୋକପ୍ରିୟତାକୁ ଆଖି ଆଗରେ ରଖି ବ୍ୟବହାରକାରୀମାନଙ୍କ ପାଇଁ ଆଉ ଏକ ସୁବିଧା ଯୋଡ଼ିଛି ଫେସ୍ବୁକ୍ । ଏବେ ଫେସ୍ବୁକ୍ ମାଧ୍ୟମରେ ଲୋକମାନେ ପରସ୍ପର ସହ ଯୋଡ଼ି ହେବା ସହ ନିଜ ନିଜ ମୋବାଇଲ ମଧ୍ୟ ରିଚାର୍ଜ କରି ପାରିବେ ।
ଏବେ ଫେସ୍ବୁକ୍ ଆପ୍ରେ ଲୋକମାନେ ମୋବାଇଲ୍ ରିଚାର୍ଜର ଅପ୍ସନ୍ ପାଇ ପାରିବେ । ଏହି ସୁବିଧା ଆଣ୍ଡ୍ରଏଡ଼୍ ଫୋନରେ ହିଁ ଉପଲବ୍ଧ ରହିବ ବୋଲି ଜଣା ପଡ଼ିଛି । ଫେସ୍ବୁକ୍ର ଲାଟେଷ୍ଟ ଭର୍ସନରେ ଏହି ସୁବିଧାକୁ ଯୋଡ଼ା ଯାଇଥିବା ଜଣା ପଡ଼ିଛି । ଏହି ସୁବିଧା ପୂର୍ବରୁ ହ୍ଵାଟ୍ସଆପ୍ରେ ୍ଥିବା ବେଳେ ଏବେ ଏହା କମ୍ପାନି ତରଫରୁ ଫେସ୍ବୁକ୍ରେ ସାମିଲ କରାଯାଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ସୁବିଧାର ଲାଭ ଉଠାଇବା ପାଇଁ ଆପଣଙ୍କୁ ଆପଣଙ୍କ ଆଣ୍ଡ୍ରଏଡ଼୍ ଫୋନରେ ଥିବା ଫେସ୍ବୁକ୍ ଆପ୍କୁ ଅପ୍ଡ଼େଟ୍ କରାଇବାକୁ ପଡ଼ିବ । ଆପ୍ ଅପ୍ଡ଼େଟ୍ କରିବା ପରେ ଆପଣଙ୍କ ନୋଟିଫିକେସନ୍ ଆଇକନ୍ ପାଖରେ ତିନୋଟି ଗାର ଥିବା ହାମ୍ବର୍ଗର ଆଇକନ୍ ଦେଖାଇବା । ଏହା ଉପରେ କ୍ଲିକ୍ କଲେ ଆପଣଙ୍କୁ ଅନେକ ଅପ୍ସନ୍ ଦେଖାଇବ । ରିଚାର୍ଜ କରିବାର ଥିଲେ ଦେଖାଯାଉଥିବା ଅପ୍ସନ୍ ମଧ୍ୟରେ ମୋବାଇଲ ରିଚାର୍ଜ ଅପ୍ସନ୍ ଉପରେ କ୍ଲିକ କରିବେ । ଏହା ପରେ ଆପଣ କେତେ ଟଙ୍କା ଏବଂ କେଉଁ ମାଧ୍ୟମରେ ପେମେଣ୍ଟ କରିବେ ତାହାକୁ ଚୟନ କରିବେ ।
ଏହା ପରେ ଏକ ବକ୍ସ ଆସିବ ଯେଉଁଥିରେ ଆପଣଙ୍କୁ ଆପଣଙ୍କ ମୋବାଇଲ ନମ୍ବର ଲେଖିବାକୁ କୁହାଯିବ । ନମ୍ବର ଲେଖିବା ପରେ ଆପଣଙ୍କୁ ସିଲେକ୍ଟ ମାନୁଆଲ ଅପରେଟରର ଅପ୍ସନ୍ ଆସିବ । ତାହା ଉପରେ କ୍ଲିକ୍ କରି ମୋବାଇଲ ଅପରେଟର ସିଲେକ୍ଟ କରନ୍ତୁ । ଯଦି ଆପଣଙ୍କୁ ଆପଣଙ୍କ ନମ୍ବରରେ ଉପଲବ୍ଧ ଥିବା ପ୍ଲାନ୍ ବିଷୟରେ ଜଣା ନାହିଁ, ତେବେ ଆପଣ ଏହା ମାଧ୍ୟମରେ ସେ ବିଷୟରେ ମଧ୍ୟ ଜାଣି ପାରିବେ । ଶେଷରେ ଆପଣଙ୍କୁ ରିଭିୟୁ ଅର୍ଡ଼ରର ଅପ୍ସନ ଆସିଯିବ । ଏହା ପରେ ଆପଣଙ୍କୁ ପେମେଣ୍ଟ ପାଇଁ ଡ଼େବିଟ୍ ବା କ୍ରେଡ଼ିଟ୍ କାର୍ଡ଼ର ସୂଚନା ଦେବାକୁ ପଡ଼ିବ । କାର୍ଡ଼ ବିଷୟରେ ସୂଚନା ଦେବା ପରେ କାର୍ଡ଼ ସହ ସଂଯୋଗ ଥିବା ନମ୍ବରକୁ ଏକ ଓଟିପି ନମ୍ବର ଯିବ । ଯାହାକୁ ପକାଇବା ପରେ ଆପଣଙ୍କ ମୋବାଇଲ ରିଚାର୍ଜ ହୋଇଯିବ ।