ଏପ୍ରିଲରୁ ଔଷଧ ଦାମ୍‌ ବଢ଼ିବ

ମୁମ୍ବାଇ: ବିଭିନ୍ନ ପ୍ରକାର ଅତ୍ୟାବଶ୍ୟକ ଔଷଧର ଦାମ୍ ଆସନ୍ତା ଏପ୍ରିଲରୁ କିଛିଟା ମହଙ୍ଗା ହୋଇଯିବ। ଏହି ଅତ୍ୟାବଶ୍ୟକ ଔଷଧ ମଧ୍ୟରେ ଯନ୍ତ୍ରଣା ଉପଶମକାରୀ ଔଷଧ, ସଂକ୍ରମଣ ବିରୋଧୀ ଔଷଧ, ହୃଦରୋଗ ସଂକ୍ରାନ୍ତ ଔଷଧ ଓ ଆଣ୍ଟିବାୟୋଟିକ ଆଦି ରହିଛି। ବାର୍ଷିକ ପାଇକାରୀ ମୁଦ୍ରାସ୍ଫୀତି ଆଧାରରେ ସରକାର ଔଷଧ ନିର୍ମାତାମାନଙ୍କୁ ଦାମ୍ ବଢ଼ାଇବାକୁ ଅନୁମତି ଦେଇଥିବାରୁ ଏଭଳି ଆଶଙ୍କା ‌ସୃଷ୍ଟି ହୋଇଛି। ୨୦୨୦ ମସିହା ପାଇଁ ଦେଶର ବାର୍ଷିକ ପାଇକାରୀ ମୁଦ୍ରାସ୍ଫୀତି ୦.୫ ପ୍ରତିଶତ ରହିଥିବା ବିଜ୍ଞପ୍ତି ଜାରି ହୋଇଛି ବୋଲି ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ କର୍ତ୍ତୃପକ୍ଷ (ଏନ୍‌ପିପିଏ) ପକ୍ଷରୁ କୁହାଯାଇଛି।

ତାଲିକାଭୁକ୍ତ ଔଷଧ ଗୁଡ଼ିକର ଦାମ ବୃଦ୍ଧି ପ୍ରତିବର୍ଷ ପାଇକାରୀ ମୁଦ୍ରାସ୍ଫୀତି ଆଧାରରେ ସରକାର କମ୍ପାନିଗୁଡ଼ିକୁ ଅନୁମତି ଦେଇଥାନ୍ତି। ତେବେ ଔଷଧ ପ୍ରସ୍ତୁତିରେ ବ୍ୟବହୃତ ସାମଗ୍ରୀ ଓ ଉତ୍ପାଦନ ଖର୍ଚ୍ଚ ବୃଦ୍ଧି କାରଣରୁ କମ୍ପାନି ଗୁଡ଼ିକ ଔଷଧ ଦାମରେ ପାଖାପାଖି ୧୫ରୁ ୨୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଚାହୁଥିଲେ। କିନ୍ତୁ ସରକାର ଯେଉଁ ଅନୁମତି ଦେଇଛନ୍ତି ତାହା ଅତି ନଗଣ୍ୟ। ଅନ୍ୟପକ୍ଷରେ ସରକାର ୮୧ଟି ଔଷଧର ମୂଲ୍ୟ ନିର୍ଦ୍ଧାରଣକୁ ଏନପିପିଏ ପରିସରକୁ ଆଣିଛନ୍ତି। ଏଥିରେ ମଧୁମେହ, ସଂକ୍ରମଣ ଏବଂ ଥାଇରଏଡ ଆଦି ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଔଷଧ ରହିଛି। ଏସବୁ ଔଷଧ ମୂଲ୍ୟ ଶସ୍ତା ହୋଇଯିବ। ଏହାଦ୍ବାରା ଅନେକ ରୋଗୀ ଉପକୃତ ହେବେ।

ସମ୍ବନ୍ଧିତ ଖବର