୫ଜି ପାଇଁ ପାଣ୍ଠି ଯୋଗାଡ଼ ଚିନ୍ତା

ନୂଆଦିଲ୍ଲୀ: ଦକ୍ଷିଣ କୋରିଆ ଓ ଚୀନରେ ୫ଜି ମୋବାଇଲ ସେବା ଆରମ୍ଭ ହୋଇଯାଇ ଥିବାବେଳେ ଭାରତରେ ଖୁବଶୀଘ୍ର ଏହି ସେବା ଆରମ୍ଭ ହେବାକୁ ଯାଉଛି। ୫ଜି ଏକ ବ୍ୟୟବହୁଳ ମୋବାଇଲ ସେବା ହୋଇଥିବାରୁ ଏଥିପାଇଁ ବିପୁଳ ପରିମାଣର ପାଣ୍ଠି କେଉଁଠାରୁ ଆସିବ ତାହା ମୋବାଇଲ କମ୍ପାନି ଗୁଡ଼ିକ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ଜିଓ ଓ ସୁନିଲ ମିତ୍ତଲଙ୍କ ଏୟାରଟେଲକୁ ବାଦ୍ ଦେଲେ ଅନ୍ୟ କୌଣସି କମ୍ପାନି ପାଖରେ ବିପୁଳ ପରିମାଣର ନିବେଶ କରିବା ଭଳି ଅର୍ଥ ନାହିଁ। ଏହି ଦୁଇ କମ୍ପାନି ୪ଜି ନେଟୱାର୍କ ବିକଶିତ କରିବାରେ ବହୁ ଅର୍ଥ ବିନିଯୋଗ କରିଛନ୍ତି। ସେଥିରୁ ଏବେ ଏବେ ଲାଭ ମିଳିବା ଆରମ୍ଭ ହୋଇଛି। କେନ୍ଦ୍ର ସରକାର ୫ଜି ସ୍ପେକ୍ଟ୍ରମର ମୂଲ୍ୟ ଯେଉଁଭଳି ଆକାଶଛୁଆଁ ରଖିଛନ୍ତି ତାହାକୁ ପାଇବା ପାଇଁ ମୋବାଇଲ କମ୍ପାନି ଗୁଡ଼ିକୁ ଅତିକମ୍‌ରେ ୭ ହଜାର କୋଟି ଡଲାର ଖର୍ଚ କରିବାକୁ ପଡ଼ିବ।

ସମ୍ବନ୍ଧିତ ଖବର