‘ଖ୍ବାୟିସୋଁ ସେ ଖୁସିୟୋଁ ତକ୍’ ଏଲ୍‌ଜି ଉତ୍ପାଦ ଉପରେ ଉପହାର

ନୂଆଦିଲ୍ଲୀ: ଏଲ୍‌ଜି ଇଲେକ୍ଟ୍ରୋନିକ୍ସ ଇଣ୍ଡିଆ ତରଫରୁ ‘ଖ୍ବାୟିସୋଁ ସେ ଖୁସିୟୋଁ ତକ୍’ ନାମକ ଉତ୍ସବ ଅଭିଯାନ ବିଷୟରେ ଘୋଷଣା କରାଯାଇଛି। ଚଳିତ ମାସ ୩୧ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନରେ ଗ୍ରାହକମାନେ ଏଲ୍‌ଜି ଉତ୍ପାଦ କିଣାକିଣି ଉପରେ ଆକର୍ଷଣୀୟ ଅଫର ଓ ପ୍ରୋତ୍ସାହନ ପାଇପାରିବେ। ଏହି ଅବସରରେ ଗ୍ରାହକମାନେ ଏଲ୍‌ଜିର ଫ୍ରିଜ୍, ଏସି, ୱାସିଂ ମେସିନ୍, ୱାଟର ପ୍ୟୁରିଫାୟର ଏବଂ ମାଇକ୍ରୋୱେଭ୍ ଓଭେନ୍‌ ଆଦି କିଣି ସାପ୍ତାହିକ ଲକି ଡ୍ର’ରେ ଭାଗ ନେଇ ୪ କୋଟିରୁ ଅଧିକ ଟଙ୍କାର ଉପହାର ଜିତିବାର ସୁଯୋଗ ପାଇବେ। ଏହି ଅଭିଯାନରେ ସହିଦନଗର ଠାରେ ଥିବା ପାତ୍ର ଇଲେକ୍ଟ୍ରୋନିକ୍ସର ଏଲ୍‌ଜି ବେଷ୍ଟ୍‌ ସପ୍‌ରୁ ଜିନିଷ କିଣି ଫଲାଉଦ୍ଦିନ ନାମକ ଜଣେ ଗ୍ରାହକ ପୁରସ୍କାର ଜିତିଛନ୍ତି।

ସମ୍ବନ୍ଧିତ ଖବର