ହ୍ରାସ ପାଇଲା ସୁନା ଦର

ନୂଆଦିଲ୍ଲୀ: ଏବେ ବିବାହ ଋତୁ ଚାଲିଛି। ଘରେ ଘରେ ସୁନାଗହଣା କିଣାକିଣି ମଧ୍ୟ ଆରମ୍ଭ ହୋଇଯାଇଛି। ଏହି ସମୟରେ ସୁନା କିଣିବା ପାଇଁ ଯୋଜନା ରଖିଥିବା ଲୋକମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ରହିଛି। ସୁନା ଦର ୮ଦିନ ହେଲାଣି ଲଗାତାର ହ୍ରାସ ପାଇବାରେ ଲାଗଛି। ଗତ ୮ଦିନରେ ପ୍ରତି ୧୦ଗ୍ରାମ ପିଛା ସୁନା ୧୫୮୦ଟଙ୍କା  ହ୍ରାସ ପାଇଛି। ଦିଲ୍ଲୀ ସୁନା ମାର୍କେଟରେ ଗୁରୁବାର ସୁନା ଦର ୩୬୦ଟଙ୍କା ହ୍ରାସ ପାଇ ପ୍ରତି ୧୦ଗ୍ରାମକୁ ୩୩,୦୭୦ଟଙ୍କା ହୋଇଯାଇଛି। ସେହିପରି ରୁପା ଦରରେ ବି ହ୍ରାସ ପାଇଛି। ରୁପା ମୂଲ୍ୟ ୫୨୦ଟଙ୍କା ହ୍ରାସ ପାଇ ପ୍ରତି କିଲୋ ପିଛା ୩୮୯୮୦ଟଙ୍କା ରହିଛି।

ଦିଲ୍ଲୀ ସ୍ଥାନୀୟ ମାର୍କେଟରେ ୯୯.୯(୨୪ କ୍ୟାରେଟ) ସୁନା ୩୬୦ଟଙ୍କା ହ୍ରାସ ପାଇ ୩୩,୦୭୦ଟଙ୍କାରେ ପହଞ୍ଚି ଯାଇଛି। ସେହିପରି ୯୯.୫ (୨୨ କ୍ୟାରେଟ) ଶୁଦ୍ଧତା ସୁନା ଦରରେ ୩୬୦ଟଙ୍କା ହ୍ରାସ ପାଇ ୧୦ଗ୍ରାମ ପ୍ରତି ୩୨, ୯୦୦ଟଙ୍କା ରହିଛି। ସେହିପରି ଅନ୍ତର୍ଜାତୀୟ ମାର୍କେଟରେ ସୁନା ମୂଲ୍ୟ ୧୨୮୪.୭୭ ଡଲାର ପ୍ରତି ଓସ୍‌ ଓ ରୁପା ୧୫.୦୬ ଡଲାର ପ୍ରତି ଓସ୍‌ ରହିଛି।

ସମ୍ବନ୍ଧିତ ଖବର