ଜାନୁଆରି-ମାର୍ଚ୍ଚ ତ୍ରୈମାସ ପାଇଁ ସ୍ୱଳ୍ପ ସଂଚୟ ସୁଧହାର ଅପରିବର୍ତ୍ତିତ ରଖିଲେ ସରକାର

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଜାନୁଆରି-ମାର୍ଚ୍ଚ ତ୍ରୈମାସ ପାଇଁ ସ୍ପଳ୍ପ ସଂଚୟ ସୁଧହାର ଅପରିବର୍ତ୍ତିତ ରଖିଛନ୍ତି । ଏସବୁ ସ୍କିମ ମଧ୍ୟରେ ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ ବା ପିପିଏଫ ଅନ୍ତର୍ଭୁକ୍ତ । ବର୍ତ୍ତମାନ ପ୍ରଚଳିତ ଥିବା ସୁଧହାର ଅନୁସାରେ ପିପିଏଫ୍‌ ଓ ନ୍ୟାସନାଲ ସେଭିଂସ ସାର୍ଟିଫିକେଟ୍‌ ଉପରେ ବାର୍ଷିକ ୭.୯ ପ୍ରତିଶତ ସୁଧ ମିଳୁଛି ।

ତେବେ ସୁକନ୍ୟା ସମୃଦ୍ଧି ସ୍କିମ ଆକାଉଣ୍ଟ ( ଏସ୍‌ଏସ୍‌ଏ) ଓ ବରିଷ୍ଠ ନାଗରିକ ସଂଚୟ ସ୍କିମ (ଏସ୍‌ସିଏସଏସ୍‌) ଉପରେ ଅଧିକ ସୁଧ ମିଳୁଛି । ଏସଏସଏ ଉପରେ ୮.୪ ପ୍ରତିଶତ ଓ ଏସ୍‌ସିଏସଏସ୍‌ ଉପରେ ୮.୬ ପ୍ରତିଶତ ସୁଧ ମିଳୁଛି । ଆଉ ଏକ ସ୍ୱଳ୍ପ ସଂଚୟ ଯୋଜନା କିଶାନ ବିକାଶ ପତ୍ର ଉପରେ ବାର୍ଷିକ ୭.୬ ପ୍ରତିଶତ ହାରରେ ସୁଧ ମିଳୁଛି । ଅନ୍ୟପକ୍ଷରେ ୧-୩ ବର୍ଷିଆ ପୋଷ୍ଟ ଅଫିସ ଜମା ଉପରେ ୬.୯ ପ୍ରତିଶତ ଓ ୫ ବର୍ଷିଆ ପୋଷ୍ଟ ଅଫିସ ଜମା ଉପରେ ୭.୭ ପ୍ରତିଶତ ଓ ୫ ବର୍ଷରୁ ଅଧିକ ହେଲେ ୭.୨ ପ୍ରତିଶତ ସୁଧ ମିଳୁଛି ।

ନିକଟରେ ସରକାର ପିପିଏଫ ଖାତାଧାରୀଙ୍କ ସୁବିଧା ପାଇଁ ଜମା ନିୟମରେ କେତେକ ପରିବର୍ତ୍ତନ କରିଥିଲେ । ଏବେ ପିପିଏଫ ଖାତାଧାରୀମାନେ ଇଚ୍ଛା ଅନୁସାରେ ବାର୍ଷିକ ସର୍ବାଧିକ ଦେଢଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା ରଖିପାରିବେ । ପୂର୍ବରୁ ପିପିଏଫ ଖାତାଧାରୀମାନେ ସର୍ବାଧିକ ୧୨ ଥର ଜମା କରିପାରୁଥିଲେ, କିନ୍ତୁ ଏବେ ସୁବିଧା ଅନୁସାରେ ୧୨ ଥରରୁ ଅଧିକ ଥର ମଧ୍ୟ ଜମା କରିପାରିବେ ।

ସମ୍ବନ୍ଧିତ ଖବର