ଜାନୁଆରିରେ ଜିଏସ୍‌ଟି ୧ ଲକ୍ଷ କୋଟି ଟପିଲା

ନୂଆଦିଲ୍ଲୀ: ଦୁଇ ମାସର ବ୍ୟବଧାନ ପରେ ସରକାରଙ୍କ ଜିଏସ୍‌ଟି ଆଦାୟ ରାଶି ଜାନୁଆରିରେ ୧ ଲକ୍ଷ କୋଟି ଟଙ୍କା ଟପିଛି। ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଗୁରୁବାର ଏହି ସୂଚନା ଦିଆଯାଇଛି। ଗତ ଡିସେମ୍ବରରେ ଜିଏସଟି ଆଦାୟ ରାଶି ୯୪,୭୨୫ କୋଟି ଟଙ୍କା ରହିଥିବାବେଳେ ଗତବର୍ଷ ଜାନୁଆରିରେ ଏହା ୮୯,୮୨୫ କୋଟି ଟଙ୍କା ରହିଥିଲା। ଚଳିତ ଆର୍ଥିକ ବର୍ଷରେ ତୃତୀୟ ଥର ପାଇଁ ଜିଏସଟି ଆଦାୟ ରାଶି ୧ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ପୂର୍ବରୁ ଚଳିତ ଆର୍ଥିକ ବର୍ଷର ଏପ୍ରିଲରେ ଏବଂ ଅକ୍ଟୋବରରେ ଜିଏସଟି ଆଦାୟ ରାଶି ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଥିଲା।

ସମ୍ବନ୍ଧିତ ଖବର