ହୋଣ୍ଡା ଆଣିଲା ‘ଆକ୍ଟିଭା ୬ଜି’, ଦାମ୍ ୬୩ ହଜାର ୯୨୧ ଟଙ୍କା

ମୁମ୍ବାଇ : ‌ହୋଣ୍ଡା ପକ୍ଷରୁ ନୂଆ ବିଏସ୍‌-୬ ଆକ୍ଟିଭା ୬ଜିକୁ ଉନ୍ମୋଚନ କରାଯାଇଛି। ଏହାର ଏକ୍ସ ସୋ’ରୁମ୍ ଦାମ୍ ୬୩ ହଜାର ୯୨୧ ଟଙ୍କା ରହିଛି। ଏଥିରେ ୨୬ ପ୍ରକାର ପେଟେଣ୍ଟ୍‌ ହୋଇଥିବା ବ୍ୟବସ୍ଥା ବ୍ୟବହାର କରାଯାଇଛି। ନୂଆ ଆକ୍ଟିଭା ୬ଜିରେ ରହିଛି ୧୧୦ ସିସିର ଇଞ୍ଜିନ ଓ ଏସିଜି ଷ୍ଟାର୍ଟର ମିଟର। ଏହା ଦ୍ବାରା ଗାଡ଼ିଟି ଅତି ଶାନ୍ତ ଭାବେ ଓ ଶୀଘ୍ର ଷ୍ଟାର୍ଟ ହୋଇପାରୁଛି। ବିଏସ୍‌-୬ ନିୟମ ଅନୁସାରେ ନିର୍ମାଣ କରାଯାଇଥିବା ଏହି ମଡେଲ୍‌ ୧୦% ଅଧିକ ମାଇଲେଜ୍ ପ୍ରଦାନ କରିବ। ଏଥିରେ ଟେଲିସ୍କୋପିକ୍ ସସ୍‌ପେନ୍‌ସନ୍ ଓ ଡୁଆଲ୍ ଫଙ୍କସନ୍ ସ୍ବିଚ୍‌ ରହିଛି। ଷ୍ଟାଣ୍ଡାର୍ଡ ଓ ଡିଲକ୍ସ ଭଳି ଦୁଇଟି ଭାରିଆଣ୍ଟ୍ ଓ ଛଅ ପ୍ରକାର ରଙ୍ଗରେ ଏହା ବଜାରରେ ଉପଲବ୍ଧ ହେଉଛି। କଂପାନିର ସଭାପତି, ସିଇଓ ଓ ଏମ୍‌ଡି ମିନୋରୁ କାଟୋ ଓ ବରିଷ୍ଠ ଉପସଭାପତି ୟଦବିନ୍ଦର ସିଂହ ଗୁଲେରିଆଙ୍କ ଉପସ୍ଥିତିରେ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ନୂଆ ଆକ୍ଟିଭା ୬ଜିକୁ ଉନ୍ମୋଚନ କରାଯାଇଛି। ଏହା ପୂର୍ବରୁ କଂପାନି ଦୁଇଟି ବିଏସ୍‌-୬ ମଡେଲ୍‌ ବଜାରକୁ ଆଣିଛି। ଗୋଟିଏ ଆକ୍ଟିଭା ବିଏସ୍‌ ୬ ହୋଇଥିବା ବେଳେ ଅନ୍ୟଟି ହେଉଛି ଏସ୍‌ପି ୧୨୫ ବାଇକ୍।

ସମ୍ବନ୍ଧିତ ଖବର