କେଉଁଠି ଜମା କଲେ ମିଳିବ ଅଧିକ ସୁଧ?

ନୂଆଦିଲ୍ଲୀ: ଲୋକମାନେ ଅଧିକ ସୁଧ ପାଇବା ଆଶାରେ ବ୍ୟାଙ୍କରେ ଫିକ୍ସଡ୍‌ ଡିପୋଜିଟ୍‌ (ଏଫ୍‌ଡି) ଖାତା ଖୋଲିଥାନ୍ତି। କିନ୍ତୁ କିଛି ବର୍ଷ ହେଲାଣି ଏଫ୍‌ଡି ଉପରେ ସେତେ ଆକର୍ଷଣୀୟ ସୁଧ ମିଳୁନାହିଁ। ତେଣୁ ନିବେଶକମାନେ ବିକଳ୍ପ ନିବେଶ ଯୋଜନା ବିଷୟରେ ବିଚାର କରୁଛନ୍ତି। ଦେଶରେ ଏଭଳି କିଛି ଫାଇନାନ୍ସ କଂପାନି ଅଛନ୍ତି ଯେଉଁମାନେ ବ୍ୟାଙ୍କଗୁଡ଼ିକ ତୁଳନାରେ ଜମା ଉପରେ ଅଧିକ ସୁଧ ପ୍ରଦାନ କରୁଛନ୍ତି। ଏଚ୍‌ଡିଏଫ୍‌ସି, ପିଏନ୍‌ବି ହାଉସିଂ ଫାଇନାନ୍ସ ଓ ଡିଏଚ୍‌ଏଫ୍‌ଏଲ୍‌ ଭଳି ସଂସ୍ଥା ଜମା ଉପରେ ବ୍ୟାଙ୍କ ଏଫ୍‌ଡି ଠାରୁ ଅଧିକ ସୁଧ ପ୍ରଦାନ କରୁଛନ୍ତି।ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ରେପୋ ହାର ବୃଦ୍ଧି ଘୋଷଣା କରାଯିବା ପରେ ଏହି କଂପାନିଗୁଡ଼ିକ ନିଜ ଜମା ଉପରେ ସୁଧ ହାର ବଢ଼ାଇ ଦେଇଥିଲେ। ଡିଏଚ୍‌ଏଫ୍‌ଏଲ୍‌ ପକ୍ଷରୁ ତତ୍କାଳ ସୁଧ ବୃଦ୍ଧି ଘୋଷଣା କରାଯାଇଥିଲା। ଏହା ପରେ ପିଏନ୍‌ବି ହାଉସିଂ ଫାଇନାନ୍ସ ଓ ମହିନ୍ଦ୍ରା ଫାଇନାନ୍ସ ପକ୍ଷରୁ ଜମା ସୁଧ ବୃଦ୍ଧି କରାଯାଇଛି। ମହିନ୍ଦ୍ରା ଫାଇନାନ୍ସ ପକ୍ଷରୁ ୧-୨ ବର୍ଷ ଅବଧିର ଜମା ଉପରେ ୮% ସୁଧ ପ୍ରଦାନ କରାଯାଉଛି। ଷ୍ଟେଟ୍‌ ବ୍ୟାଙ୍କ ଏଫ୍‌ଡି ଉପରେ ପ୍ରଦାନ କରୁଥିବା ସୁଧ ଠାରୁ ଏହା ଅଧିକ। ଡିଏଚ୍‌ଏଫ୍‌ଏଲ୍‌ ପକ୍ଷରୁ ୩ରୁ ୫ ବର୍ଷ ଅବଧିର ଜମା ଉପରେ ୮.୭୦% ଭଳି ଉଚ୍ଚ ହାରର ସୁଧ ପ୍ରଦାନ କରାଯାଉଛି।

ସମ୍ବନ୍ଧିତ ଖବର