୩ୟ ଦିନର ନିଲାମ ଶେଷ, ଏପର୍ଯ୍ୟନ୍ତ ଆସିଛି ୧.୪୯ ଲକ୍ଷ କୋଟିର ବିଡ୍

ନୂଆଦିଲ୍ଲୀ : ୩ୟ ଦିନର ୫ଜି ସ୍ପେକ୍ଟ୍ରମ ନିଲାମ ଶେଷ ହୋଇଛି, କିନ୍ତୁ ନିଲାମ ଶେଷ ହୋଇପାରି ନାହିଁ । ଶୁକ୍ରବାରଦିନ ବି ନିଲାମ ଜାରି ରହିବ । ଏହି ତିନିଦିନରେ ଏପର୍ଯ୍ୟନ୍ତ ୧ ଲକ୍ଷ ୪୯ ହଜାର ୬୨୩ କୋଟିର ବିଡ୍ ଆସିଛି । ୨ୟ ଦିନର ନିଲାମ ଶେଷ ସୁଦ୍ଧା ଏହା ୧ ଲକ୍ଷ ୪୯ ହଜାର ୪୫୪ କୋଟି ଟଙ୍କା ଥିଲା ।

ଗତ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ୫ଜି ଟେଲିକମ ନିଲାମ ୨ୟ ଦିନ ହିଁ ଶେଷ ବୋଲି ପୂର୍ବରୁ ଆଶା କରାଯାଉଥିବାବେଳେ ତାହା ଜାରି ରହିଛି ଓ ଶୁକ୍ରବାର ବି ଜାରି ରହିବ । ସ୍ପେକ୍ଟ୍ରମ ହାସଲ ପାଇଁ ଟେଲିକମ କମ୍ପାନିମାନଙ୍କ ମଧ୍ୟରେ ଚାଲିଥିବା ତୀବ୍ର ପ୍ରତିଦ୍ବନ୍ଦିତାକୁ ଏହା ଦର୍ଶାଉଛି ।

୫-ଜି ନିଲାମରେ ଦେଶର ପ୍ରମୁଖ ଟେଲିକମ କମ୍ପାନି ଜିଓ, ଏୟାରଟେଲ, ଭୋଡାଫୋନ ଆଇଡିଆ ଆଦି ଅଂଶଗ୍ରହଣ କରୁଛନ୍ତି । ସେହିପରି ପ୍ରଥମ ଥର ପାଇଁ ଅଦାନୀ ଗ୍ରୁପ ବି ଏହି ନିଲାମରେ ଅଂଶଗ୍ରହଣ କରୁଛି । ଅଦାନୀ ଗ୍ରୁପ ଅଧିନସ୍ଥ ନବଗଠିତ ଅଦାନୀ ଡାଟା ନେଟଓ୍ବାର୍କ୍ସ ଏଥିରେ ଅଂଶଗ୍ରହଣ କରୁଛି ।

ମଙ୍ଗଳବାର ଆରମ୍ଭ ହୋଇଥିବା ୫-ଜି ସ୍ପେକ୍ଟ୍ରମ ନିଲାମରେ ମୋଟ ୭୨ ଗିଗାହଜ୍ ସ୍ପେକ୍ଟ୍ରମ ନିଲାମ ହେବ । ଏସବୁ ନିଲାମର ମୋଟ ମୂଲ୍ୟ ପ୍ରାୟ ୪.୩ ଲକ୍ଷ କୋଟି ହେବା ଅଟକଳ କରାଯାଉଛି ।

 

 

 

ସମ୍ବନ୍ଧିତ ଖବର