ହୁଣ୍ଡାଇ ମୋଟର ପକ୍ଷରୁ ଦକ୍ଷତା ଅଲିମ୍ପିକ୍ସ

ଭୁବନେଶ୍ୱର: ହୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ ପକ୍ଷରୁ ଦଶମ ହୁଣ୍ଡାଇ ନ୍ୟାସନାଲ ଟେକ୍ନିସିଆନ ଦକ୍ଷତା ଅଲିମ୍ପିକ୍ସ ଗତ ୨୦ ତାରିଖରେ ଚେନ୍ନାଇଠାରେ ଅନୁଷ୍ଠିତ ହୋଇଯାଇଛି। ଏହାର ପୁରସ୍କାର ପ୍ରଦାନ ସମାରୋହରେ ହୁଣ୍ଡାଇ ଇଣ୍ଡିଆ ଏମଡି ତଥା ସିଇଓ ୱାଇ କେ କୁ ଯୋଗଦେଇଥିଲେ। ତାଙ୍କ ସହିତ କମ୍ପାନିର ବରିଷ୍ଠ ଅଧିକାରୀ ଓ ଡିଲରମାନେ ଉପସ୍ଥିତ ଥିଲେ। କୋଲକାତାସ୍ଥିତ ମୁକେଶ ହୁଣ୍ଡାଇର ପ୍ରଦୀପ କୁମାର ସାହା ଚାମ୍ପିଅନ୍ ଏବଂ ତରକ ଦାସ ଦ୍ବିତୀୟ ରନର୍ସ ଅପ ହୋଇଥିଲେ। ପ୍ରଥମ ଥର ପାଇଁ ପୂର୍ବ ଭାରତକୁ ଏହି ଦୁଇ ଟେକ୍ସିସିଆନ ଏହି ଟ୍ରଫି ଆଣି ଇତିହାସ ରଚିଛନ୍ତି। ଦକ୍ଷିଣ କୋରିଆର ସିଓଲଠାରେ ହେବାକୁ ଥିବା ବିଶ୍ବ ଦକ୍ଷତା ଅଲିମ୍ପିକ୍ସରେ ଏମାନେ ଯୋଗଦେବାର ସୁଯୋଗ ପାଇଛନ୍ତି।

ସମ୍ବନ୍ଧିତ ଖବର