ଏଣିକି ପ୍ରତ୍ୟେକ ମୋବାଇଲ ବ୍ୟବହାରକାରୀଙ୍କୁ ମିଳିବ ‘କ୍ରେଡିଟ୍‌ କାର୍ଡ’, ଏହି ବ୍ୟାଙ୍କ ଆରମ୍ଭ କରିଛି ସର୍ଭିସ୍‌ !

ସାଧାରଣତଃ କ୍ରେଡ଼ିଟ୍‌ କାର୍ଡ଼ ପାଇବା ପାଇଁ ଲୋକମାନଙ୍କୁ ବାରମ୍ବାର ବ୍ୟାଙ୍କ ଦୌଡ଼ିବାକୁ ପଡ଼ିଥାଏ । କ୍ରେଡ଼ିଟ କାର୍ଡ଼ ଇସ୍ୟୁ କରିବା ପୂର୍ବରୁ ବ୍ୟାଙ୍କ ବିଭିନ୍ନ ଦିଗ ପ୍ରତି ମଧ୍ୟ ଦୃଷ୍ଟି ଦେଇଥାଏ । ଆଉ ଏହି ଦୃଷ୍ଟିରୁ ଅଧିକାଂଶ ଲୋକ କ୍ରେଡ଼ିଟ କାର୍ଡ଼ ପାଇବାରୁ ବଞ୍ଚି ତ ହୋଇଥାନ୍ତି କିନ୍ତୁ ଏବେ ଆଉ ଏଭଳି ସମସ୍ୟା ରହିବ ନାହିଁ । ପ୍ରତ୍ୟେକ ମୋବାଇଲ ବ୍ୟବହାରକାରୀଙ୍କୁ ମିଳିବ କେଡ଼୍ରିଟ କାର୍ଡ଼ । ଏଥିପାଇଁ ଆଇଡ଼ିଏଫସି (ଇପେଲେଟର)ନାମକ ଏକ କ୍ରେଡ଼ିଟ କାର୍ଡ଼ ସଂସ୍ଥା ମଧ୍ୟରେ ଏକ ବୁଝାମଣା ହୋଇଛି ।

ଏହାଦ୍ୱାରା ଭୀମ ୟୁପିଆଇ ବ୍ୟବହାର କରୁଥିବା ଗ୍ରାହକଙ୍କୁ କ୍ରେଡ଼ିଟ କାର୍ଡ଼ ଉପଲବ୍ଧ କରାଯିବ । ଇପେଲେଟର ଦ୍ୱାରା ଗ୍ରାହକଙ୍କୁ ଏଭଳି ଆଉଟଲେଟରେ କ୍ରେଡିଟ କାର୍ଡ ବ୍ୟବହାରର ସୁବିଧା ଦିଆଯିବ ଯେଉଁଠାରେ ୟୁପିଆଇ ପେମେଣ୍ଟ ବା ଭାରତ କ୍ୟୁଆର ପେମେଣ୍ଟ ର ସୁବିଧା ଥିବ । ଏହି କାର୍ଡ଼ରେ ଗୋଟିଏ ସମୟରେ ୨୦ ହଜାର ଟଙ୍କା ମୂଲ୍ୟର ଜିନିଷ କିଣିପାରିବେ ।

ଏନେଇ ଆଇଡ଼ିଏଫସି ବ୍ୟାଙ୍କର ଅଧିକାରୀଙ୍କ କହିବା ଅନୁଯାୟୀ, ବିମୁଦ୍ରାକରଣ ପରେ ଅର୍ଥ କାରବାର ପାଇଁ ଗ୍ରାହକଙ୍କ ପାଖରେ କ୍ରେଡିଟ କାର୍ଡ ଛଡ଼ା ଅନ୍ୟ ବିକଳ୍ପ ମଧ୍ୟ ରହିଛି । ଏପରିକି ଅଧିକାଂଶ ଲୋକ ଡିଜିଟାଲ ପେମେଣ୍ଟକୁ ଅଧିକ ସୁରକ୍ଷିତ ମଣୁଛନ୍ତି । ତେଣୁ ଏସବୁକୁ ଦୃଷ୍ଟିରେ ଗ୍ରାହକଙ୍କୁ କ୍ରେଡିଟ କାର୍ଡ଼ ଉପଲବ୍ଧ କରିବାକୁ ନିଷ୍ପତି ନେଇଛି ବ୍ୟାଙ୍କ । ଏହି କ୍ରେଡ଼ିଟ କାର୍ଡରେ ଭୀମ ୟୁପିଆଇ କଷ୍ଟମାଇଜ କରାଯାଇଛି । ଯାହାଦ୍ୱାରା କେବଳ ଭୀମ ଆପ ବ୍ୟବହାରକାରୀଙ୍କୁ ଡିଜିଟାଲ କ୍ରେଡ଼ିଟ କାର୍ଡ଼ ଉପଲବ୍ଧ କରାଯାଇପାରିବ ।

ଏହି କାର୍ଡ଼ର ବ୍ୟବହାର କରିବା ପାଇଁ ପ୍ରଥମେ ଗ୍ରାହକଙ୍କୁ ଇପେଲେଟର ଆପ ଡାଉନଲୋଡ଼ କରିବାକୁ ପଡ଼ିବ। ଗ୍ରାହକଙ୍କ କ୍ରିଡେନସିଆଲ ବା ପ୍ରତ୍ୟୟ ପତ୍ର ଆଧାରରେ ଲୋନ ଆମାଉଣ୍ଟ ନିର୍ଦ୍ଧାରିତ କରାଯାଇଥାଏ । ତେବେ ଏହି ଆମାଉଣ୍ଟରେ କୌଣସି ଜିନିଷ କିଣିବା ପରେ ୧୪ ଦିନ ମଧ୍ୟରେ ଏହି ଅର୍ଥ ଫେରାଇବାକୁ ପଡ଼ିବ । ଏହାଦ୍ୱାରା ଗ୍ରାହକଙ୍କୁ କୌଣସି ସୁଧ ଦେବାକୁ ପଡ଼ିବ ନାହିଁ । ତେବେ ସଂସ୍ଥାକୁ ଟଙ୍କା ଫେରସ୍ତ କରିବାର ସୀମା ୧୪ ଦିନରୁ ବୃଦ୍ଧି ପାଇଲେ ମାସକୁ ୩ ପ୍ରତିଶତ ହିସାବରେ ସୁଧ ନେବ କମ୍ପାନି ।

 

ସମ୍ବନ୍ଧିତ ଖବର